‘ଜାହୀରା’ସ୍ଥଳ ଗୁଡିକର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜର ବିଧାୟକ ଗଣ

47837
‘ଜାହୀରା’ହେଉଛି ମୟୂରଭଞ୍ଜ ଜିଲ୍ଲା ଓ ଉତ୍ତର ଓଡିଶାର ପ୍ରତ୍ୟେକ ଗ୍ରାମର ପବିତ୍ର ସ୍ଥଳ । ଜାହୀରାରେ ଅନେକ ଶାଳ ବୃକ୍ଷ ସହିତ ଅନ୍ୟାନ୍ୟ ବୃକ୍ଷ ମଧ୍ୟ ଥାଏ । ଆଦିବାସୀ ମାନେ ଏହାକୁ ପବିତ୍ର ସ୍ଥଳ ଭାବେ ପୂଜାପାଠ ମଧ୍ୟ କରନ୍ତି । ଏହି ସ୍ଥାନ ଗୁଡିକ କ୍ରମେ ସଙ୍କୁଚିତ ହେଉଥିବାରୁ ଏହାର ସୁରକ୍ଷା ପାଇଁ ମୟୂରଭଞ୍ଜର ବିଧାୟକ ମାନେ ଆଜି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସହାୟତା ପାଇଁ ନିବେଦନ କରିଛନ୍ତି । ଆଦିବାସୀ ମାନଙ୍କର ଏହି ଧାର୍ମିକ –ସାମାଜିକ ସ୍ଥଳ ଗୁଡିକର ପରିବେଶ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ଵ ରହିଛି ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମନ୍ତ୍ରୀ ଶ୍ରୀ ସରୋଜିନୀ ହେମ୍ବ୍ରମ,ବିଧାୟକ ଶ୍ରୀ ପ୍ରବୀଣ ଭଞ୍ଜଦେଓ,ବିଧାୟକ ଶ୍ରୀ ରାମଚନ୍ଦ୍ର ହାଁସଦା,ଶ୍ରୀ ଶ୍ରୀନାଥ ସୋରେନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

Share in top social networks!
Powered By Indic IME