ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧିଗଣ

tn_24-11-2012=1
ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ସମ୍ପର୍କରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର କର୍ମକର୍ତା ଙ୍କ ସହ ଆଲୋଚନା କରିଥିଲେ | ବିଧାନସଭାର ମୁଖ୍ୟମନ୍ତ୍ରୀ ଙ୍କ ପ୍ରକୋଷ୍ଠ ରେ ହୋଇଥିବା ଏହି ଆଲୋଚନାରେ ଅଂଶଗ୍ରହଣ କରି ସଂସ୍ଥାର ଅଧ୍ୟକ୍ଷ ତଥା ବିଶିଷ୍ଟଭାଷାବିତ ଡାଃ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ, ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନାପାଇଁ ସମସ୍ତ ପ୍ରାଥମିକ କାର୍ଯ୍ୟ ସରିଯାଇଛି | ଏଥିପାଇଁ ଡମପଡାର ଗୟଳବାଙ୍କ ଠାରେ ଜମି ଚିନ୍ନଟ ସରିଛି |

ଓଡିଶା ସରକାର ଏହି ଜମି ଯୋଗାଇଦେଲେ ଆମେ ଘର ତିଆରି ତଥା ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ କରିବୁ | ପୂର୍ବତନ ଆୟକର ମୁଖ୍ୟ କମିଶନର ତଥା ସଂସ୍ଥାର ପରାମର୍ଶଦାତା ବିଶ୍ୱବିଦ୍ୟାଳୟ ସ୍ଥାପନାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ , ଭାରତର ବିକଶିତ ରାଜ୍ୟମାନଙ୍କରେ ଭାସାଭିତ୍ତିରେ ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇସାରିଛି | ଯାହାଫଳରେ ଭାଷା ହିଁ ସେମାନଙ୍କ ବିକାଶର ମାଧ୍ୟମ ପାଲଟି ଯାଇଛି | ଓଡିଶା ଏବେ ତୀବ୍ର ବିକାଶ ଆଡକୁ ଗତି କରୁଥିବାରୁ ଓଡିଆ ଭାଷା ଉପରେ ଯେଉଁ ଚାପ ପଡି ଭବିଷ୍ୟତ ପୀଢି ଠାରୁ ଦୂରେଇ ଲୋପପାଇବାର ଆଶଙ୍କା ଦେଖା ଦେଇଛି , ତାହା ଦୂର ହୋଇପାରିବ | କାରଣ ଏହି ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣା ମାଧ୍ୟମ ହେବ ଓଡିଆ | ବିଧାୟିକା ଡାଃ ଶିପ୍ରା ମଲ୍ଲିକ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଆ ଭାଷାକୁ ଯଥେଷ୍ଟ ସନମାନ୍ନ ଦିଅନ୍ତି |

ଯାହା ଓଡିଶାର ଭାଷା ଓ ନାମର ଅଶୁଦ୍ଧ ଲେଖାକୁ ଶୁଦ୍ଧ କରିବା,ଭାଷା ପ୍ରତିଷ୍ଠାନ ସ୍ଥାପନ ,ରାଜ୍ୟ ଭାଷାରେ ସରକାରୀ ଗେଜେଟ ପ୍ରକାଶ କରିବା ,ରାଜ୍ୟଭାଷାରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାର ସୁଯୋଗ ଆଦି ଘୋଷଣା ମାଧ୍ୟମରେ ନିଜ କାର୍ଯ୍ୟରେ ପ୍ରମାଣ କରିସାରିଛନ୍ତି |ଏବେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରି ଭାଷାପ୍ରାଣତାର ଶେଷ ଚିନ୍ନ ସ୍ଥାପନ କରନ୍ତୁ | ଏହି ପ୍ରତିନିଧି ମଣ୍ଡଳୀରେ ଥିବା ଡାଃ ଦେବୀପ୍ରସନ୍ନ ପଟ୍ଟନାୟକ ,ପ୍ରଫେସର ନଟବର ଶତପଥୀ , ଶ୍ରୀଯୁକ୍ତ ଧୀରେନ୍ଦ୍ର ରାୟ, ସଂସ୍ଥାର ସଦସ୍ୟ ସଚିବ ସୁବ୍ରତ ପୃଷ୍ଟିଙ୍କ ସମେତ ବିଧାୟିକା ଡାଃ ଶିପ୍ରା ମଲ୍ଲିକ ଓ ମାନ୍ୟବର ଶକ୍ତି ଓ ସୂଚନା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ତଥା ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମନ୍ୟବର ମୁଖ୍ୟମନ୍ତ୍ରୀ “ମୁଁ ଏ ସମ୍ପର୍କରେ ଅନୁଧ୍ୟାନ କରୁଛି | ଏଥିପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ” ବୋଲି କହିଥିଲେ |ଉକ୍ତ ବିଶ୍ୱବିଦ୍ୟାଳୟ ସରକାରୀ ଓ ବେସରକାରୀ ଭାଗୀଦାରୀ ମାଧ୍ୟମରେ ପ୍ରତିଷ୍ଠାପାଇଁ ଓଡିଆ ଅଧୟନ ଓ ଗବେଷଣା ସଂସ୍ଥା ରୁ ପ୍ରସ୍ତାବ ମିଳିଛି ଓ ଏହା ସକ୍ରିୟ ବିଚାରଧୀନ ଅଛି |

Share in top social networks!