ନୂତନ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ପରିଚାଳନା ପାଇଁ ପ୍ରଶିକ୍ଷଣ ଶିବିର

47396ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂତନ ଢାଞ୍ଚାରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାର ସୁପରିଚାଳନା,ପରୀକ୍ଷା କେନ୍ଦ୍ର ଗୁଡିକରୁ ପ୍ରଶ୍ନପତ୍ର ତଥା ଓଏମଆର ଉତ୍ତର ଖାତାର ଉପଯୁକ୍ତ ରକ୍ଷଣା ବେକ୍ଷଣ ସହ ମୂଲ୍ୟାୟନ କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ସମ୍ବନ୍ଧରେ ଏକ ବିସ୍ତ୍ରୁତ ଏକ ଦିବାସୀୟ ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ୟୁନିଟ୍ -୧ ସ୍ଥିତ ବାଳକ ଉଚ୍ଚବିଦ୍ୟାଳୟଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମଶିଆନର ତଥା ଶାସନ ସଚିବ ଶ୍ରୀମତୀ ଉଷା ପାଢି ଙ୍କ ଦ୍ଵାରା ଉଦଘାତିତ ହୋଇଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀମତୀ ପାଢୀ ମାତୃକ୍ ପରୀକ୍ଷାର ଶତ ପ୍ରତିଶତ ସଫଳତା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ନୂତନ ପଦ୍ଧତିରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସମ୍ପାଦନ ପାଇଁ ବହୁବିଧ ପଦକ୍ଷେପ ବିଭିନ୍ନସ୍ତରରେ ଗ୍ରହଣ କରାଯାଇଥିବା ବିଷୟରେ ଶ୍ରୀମତୀ ପାଢୀ ସୂଚନା ଦେଇଥିଲେ । ୫ ଟି ଜୋନ୍ ର ଉପସଚିବ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ୨ଟି ଅଧିବେଶନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପୂର୍ବାହ୍ନ ରେ ୧୭ଟି ଜିଲ୍ଲା ଏବଂ ଅପରାହ୍ନ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୩୦୫ଟି ନୋଡାଲ୍ ପରୀକ୍ଷା କେନ୍ଦ୍ର ସମୂହର ଭାରପ୍ରାପ୍ତ ନୋଡାଲ ଅଧିକାରୀଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଥିଲା । ଚଳିତ୨୫ ଫେବୃୟାରୀ ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ତଥା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ମଧ୍ୟମା ପରୀକ୍ଷା ସୂଚାରୁ ରୂପେ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ ପାଇଁ ସଚେତନତା ଓ ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ଏଥିରେ ତାଲିମ ପ୍ରଦାନ କରାଯାଇଥିଲା । ମାଧ୍ୟମିକ ଶିକ୍ଷା ପରିଷଦ ,କଟକ ର ସଭାପତି, ସମ୍ପାଦକ ଏବଂ ପରୀକ୍ଷା ନିୟନ୍ତ୍ରକ ପ୍ରମୁଖ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Share in top social networks!