ପଞ୍ଚାୟତ ପ୍ରତିନିଧି ଓ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନର ସଦସ୍ୟମାନଙ୍କ ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମରେ କେରଳ ଯାତ୍ରା

47571
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଓଡିଶା ଜୀବିକା ମିଶନ ଆନୁଲୁଲ୍ୟରେ ପଞ୍ଚାୟତ ପ୍ରତିନିଧି ଓ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନର ସଦସ୍ୟ/ସଦସ୍ୟାମାନଙ୍କୁ ଏକ ୭୨ଜଣିଆ ଟିମ୍ ଆଜି କେରଳ ରାଜ୍ୟକୁ ଆଜି ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମରେ ଗ୍ରସ୍ତକରିଛନ୍ତି । ଏହାକୁ ଅନୁଷ୍ଠାନିକ ଭାବେ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ ଭୁବନେଶ୍ଵର ରେଳ ଷ୍ଟେସନ ଠାରେ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଟିମରେ ୪୦ଜଣ ମହିଳା ଯୋଗଦେଇଥିବା ବେଳେ ପଞ୍ଚାୟତର ନିର୍ବାଚନ ପ୍ରତିନିଧିଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସାମାଜିକ ସଂଗଠନର ସଦସ୍ୟମାନେ ସାମିଲ ଅଛନ୍ତି । ଫେବୃଆରୀ ୨୦ତାରିଖ ଯାଏଁ ଏହି ଟିମ୍ କେରାଲାର କୁଡୁମ୍ବ ଶ୍ରୀ କାର୍ଯ୍ୟକ୍ରମ ପରିଭ୍ରମଣ କରିବା ସହ ତାମିଲନାଡୁର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବେ । ଏହି କାର୍ଯ୍ୟକ୍ରମକୁ ପାଇଲଟ ପ୍ରଜେକ୍ଟ ଭାବେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି,ସୁନ୍ଦରଗଡ,ଯାଜପୁର ଏବଂ ଗଜପତି ଜିଲ୍ଲାର ଯଥାକ୍ରମେ ମାଲକାନାଗିରି,ବାଲିଶଙ୍କାରା,ଧର୍ମଶାଳା ଓ ଗୁମ୍ମା ବ୍ଲକ କୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମକୁଆଗାମୀ ତିନିବର୍ଷ ସଂଚାଳନ ପାଇଁ ସମୁଦାୟ ୭.୬୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ବିକାଶ ପାଇଁ ଯୋଜନା ପ୍ରସ୍ତୁତି ଏବଂ ଲୋକେ ଶାସନ ପ୍ରକ୍ରିୟାକୁ ସୁଦୃଢୀକରଣ କରିବା କ୍ଷେତ୍ରରେ ଦାରିଦ୍ର୍ୟତା ମଧ୍ୟରେ ରହୁଥିବା ପିଲାମାନଙ୍କ ଯୋଗଦାନକୁ ନିଶ୍ଚିତ କରିବା,ସମାଜର ଦୁର୍ବଳ ଶ୍ରେଣୀର ଲୋକ ନିର୍ଦ୍ଦିଷ୍ଟ ପରିସ୍ଥିତିର ମୁକାବିଲା ପାଇଁ ସାମର୍ଥ୍ୟ ହାସଲ କରିବା ସହ ବିଭିନ୍ନ ଯୋଜନା ମାଧ୍ୟମରେ ଦାରିଦ୍ରର ଢାଞ୍ଚାଗତ ସମସ୍ୟାର ମୁକାବିଲା କରିବା ଏହାର ମୂଳ ଲକ୍ଷ୍ୟ । ଓଡିଶା ଜୀବିକା ମିଶନର ୫ଜଣିଆ ଅଧିକାରୀ ଏହି ଦଳରେ ସାମିଲ ଅଛନ୍ତି । ରେଳଷ୍ଟେସନଠାରେ ଏହି ଟିମକୁ ବିଦାୟ ଦେବା ପାଇଁ ବିଭାଗୀୟ ସଚିବ ଶ୍ରୀ ଦେଓରଞ୍ଜନ ସିଂ,ନିର୍ଦ୍ଦେଶକ ଜୀବିକା ମିଶନ ଶ୍ରୀ ନିତିନ ଭାନୁଦାସ ଜାୱାଲେ,ଜୀବିକା ମିଶନର ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ,ଉପମୁଖ୍ୟ ନିର୍ବାହୀ ଶ୍ରୀମତୀ ବୃନ୍ଦା ଡି.ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Share in top social networks!