କେନ୍ଦ୍ର ସମବାୟ ବ୍ୟାଙ୍କ ଓ ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡିକୁ ଲାଭଜନକ କରିବା ପାଇଁ ପଦକ୍ଷେପ ନିଆଯାଉଛି –ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

download
କେନ୍ଦ୍ର ସମବାୟ ବ୍ୟାଙ୍କ ଗୁଡିକୁ ଲାଭଜନକ କରିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଖରିଫ ଏବଂ ରବି ଋତୁରେ ଋଣ ଲଗାଣ ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହାଛଡା ଅଧିକ ପରିମାଣରେ ଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କୃଷି ଋଣବ୍ୟତୀତ ବହୁଳ ଭାବରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ,ଯୁଗ୍ମ ସହାୟକ ଗୋଷ୍ଠୀ ଗଠନ କରି ଋଣ ଲବଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଓ ପ୍ରତି ମାସରେ ଏହାର ସମୀକ୍ଷା କରାଯାଉଛି । ଶାଖାମାନଙ୍କରେ ଥିବା ସନ୍ଦେହ ଆଦାୟଯୁକ୍ତ ଟଙ୍କାକୁ ତୁରନ୍ତ ଆଦାୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । କର୍ମଚାରୀମାନଙ୍କ ଠାରୁ ଆଦାୟଯୋଗ୍ୟ ଅର୍ଥ,ତୋଷାରପାତ ଓ ସମୀକ୍ଷା ଫର୍ଦ୍ଦରେ ଦର୍ଶାଯାଇଥିବା ଆଦାୟ ଯୋଗ୍ୟ ଅର୍ଥ ମାସିକ ଦରମାରୁ ଆଦାୟ କରାଯାଉଛି । ଶାଖାମାନଙ୍କରେସଞ୍ଚୟ ଅମାନତ ଜମାରାଶି ବୃଦ୍ଧି,ଖର୍ଚ୍ଚକାଟ ଓ ବଜେଟ ଅନୁମୋଦିତ ସୀମା ମଧ୍ୟରେ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଋଣ ବ୍ୟତୀତ କୃଷି ଆନୁଷଙ୍ଗିକ ଋଣ ବହୁଳ ପରିମାଣରେ ଲଗାଣ କରି ସୁଧ ଆୟ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମିତିର ପରିଚାଳନା ପରିଷଦ ବ୍ୟବସାୟ ଉନ୍ନୟନ ଯୋଜନା ଅନୁମୋଦନ କରି କାର୍ଯ୍ୟକାରୀ କଲେ ସମିତିଗୁଡିକୁ ଲାଭକ୍ଷମ ହେବା ସଙ୍ଗେସଙ୍ଗେ ଶାଖାଗୁଡ଼ିକ ମଧ୍ୟ ଲାଭଜନକ ହୋଇପାରିବ । ରାଜ୍ୟରେ ଥିବା ଅର୍ବାନ –କୋ-ଅପରେଟିଭ ବ୍ୟାଙ୍କଗୁଡିକୁ ଲାଭଜନକ କରିବା ପାଇଁ ବହୁ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅର୍ବାନ ବ୍ୟାଙ୍କଗୁଡିକୁ କମ୍ପ୍ୟୁଟରିକରଣ କରାଯାଇ ପ୍ରଣୟନ କରିବା ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । (TAFCUB)ଜରିଆରେ ଅର୍ବାନ ବ୍ୟାଙ୍କଗୁଡିକର କାର୍ଯ୍ୟଧାରାର ତ୍ରୈମାସିକ ସମୀକ୍ଷା କରାଯାଇ ସମାୟୁନୁସାରେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ସୂଚନା ଦେଇଛନ୍ତି ।

Share in top social networks!