ନବରଙ୍ଗପୁର ଜିଲ୍ଲାରେ ଅତିରିକ୍ତ ୭ଟି ମକାମଣ୍ଡି ସ୍ଥାପନ କରାଯିବ-ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

download (2)ନବରଙ୍ଗପୁର ଜିଲ୍ଲାରେ ମକାର ସୁବିକ୍ରିବଟା ପାଇଁ ନନ୍ଦାହାଣ୍ଡି,ତେନ୍ତୁଳିଖୁଣ୍ଟି,ବଡଆମଡା,ଡାବୁଗାଁ,ଝରିଗାଁ,ଚନ୍ଦାହାଣ୍ଡି,ପାପଡାହାଣ୍ଡି ବ୍ଲକରେ ଅତିରିକ୍ତ ୭ଟି ମକାମଣ୍ଡି ସ୍ଥାପନ କରିବା ପାଇଁ ଯୋଜନା ଅଟକଳ ପ୍ରସ୍ତୁତ ହୋଇସାରିଛି । ତନ୍ମଧ୍ୟରୁ ନନ୍ଦାହାଣ୍ଡି,ତେନ୍ତୁଳିଖୁଣ୍ଟି,ଚନ୍ଦାହାଣ୍ଡି ଓ ପାପଡାହାଣ୍ଡିରେ କମିଟିର ନିଜସ୍ଵଜାଗା ନଥିବାରୁ ତହସିଲଦାରଙ୍କ ଠାରୁ ସରକାରୀ ଜମି ହସ୍ତାନ୍ତରଣ ହେବା ପରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ବଡଆମଡା,ଡାବୁଗାଁ ଓ ଝରିଗାଁରେ ପ୍ରସ୍ତାବିତ ମକାମଣ୍ଡିର ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ବିୟପତି ଆହ୍ଵାନ କରିବା ପାଇଁ ପଦକ୍ଷେପ ନିଆଯାଉଛି । ନନ୍ଦାହାଣ୍ଡିଠାରେ ମକା ବଜାର ପ୍ରାଙ୍ଗଣ ପ୍ରତିଷ୍ଠା ପାଇଁ ୮୦ଲକ୍ଷ ଟଙ୍କା ବ୍ୟୟ ହେବାକୁ ଅଛି ଓ ଏଥିପାଇଁ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ବଡଆମଡା ଠାରେ ମକାବଜାର ବଜାର ପ୍ରାଙ୍ଗଣ ପ୍ରତିଷ୍ଠା ପାଇଁ ବ୍ୟୟ ହେବାକୁ ଥିବା ୧୬୧ଲକ୍ଷ ୨୯ହଜାର ଟଙ୍କାରୁ ୮୭ଲକ୍ଷ ୫ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଏବଂ ଏଥିପାଇଁ ଟେଣ୍ଡାର ପ୍ରକ୍ରିୟା ସାରିଛି । ଝରିଗାଁ ଠାରେ ମକା ବଜାର ପ୍ରାଙ୍ଗଣ ପ୍ରତିଷ୍ଠା ପାଇଁ ବ୍ୟୟ ହେବାକୁ ଥିବା ୯୦ଲକ୍ଷ ୨୮ହଜାର ଟଙ୍କାରୁ ୧୫ଲକ୍ଷ ୯୮ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସାରିଛି । ଚନ୍ଦାହାଣ୍ଡି ଠାରେ ମକା ବଜାର ପ୍ରାଙ୍ଗଣ ପ୍ରତିଷ୍ଠା ପାଇଁ ୧୦୫ଲକ୍ଷ ଟଙ୍କା ବ୍ୟୟ ହେବାକୁ ଅଛି ଓ ଏଥିପାଇଁ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ପାପଡାହାଣ୍ଡିଠାରେ ମକାବଜାର ପ୍ରାଙ୍ଗଣ ପ୍ରତିଷ୍ଠା ପାଇଁ ୮୫ଲକ୍ଷ ଟଙ୍କା ବ୍ୟୟ ହେବାକୁ ଅଛି ଓ ଏଥିପାଇଁ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!