କୃଷି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ସଫଳତା ଦ୍ଵିତୀୟ ଥର ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ କୃଷି କର୍ମଣ ପୁରସ୍କାର

47888କୃଷି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ସଫଳତା ନିମନ୍ତେ ଦ୍ଵିତୀୟ ଥର ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟ ସ୍ତରର କୃଷି କର୍ମଣ ପୁରସ୍କାର ମିଳିଛି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଗ୍ରହଣ କରିବା ନିମନ୍ତେ ରାଜ୍ୟ କୃଷି,ମତ୍ସ୍ୟ,ପଶୁସମ୍ପଦ ବିକାଶ ଓ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ରାଜେଶ ବର୍ମା,କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଆର ସନ୍ଥଗୋପାଳନ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରକାଶ ଥାଉ କି,ରାଜ୍ୟ ସରକାର କୃଷି ବିଜ୍ଞାନକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ୨୦୧୩-କୃଷିନୀତି ପ୍ରଣୟନ କରିଛନ୍ତି । ଓଡିଶାରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ରାଜ୍ୟରେ ରେକର୍ଡ ପରିମାଣ ୧୧୪ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି । ରାଜ୍ୟରେ ମଧ୍ୟ ସ୍ଵତନ୍ତ୍ର କୃଷି ବଜେଟ୍ ମାଧ୍ୟମରେ କୃଷି ବିକାଶର ସଫଳ ରୂପାୟନ ହୋଇପାରିଛି ।

Share in top social networks!