ୟୁନିଟ୍-୨ ନାଗରିକ କମିଟି ପକ୍ଷରୁ ମେୟର ଓ କର୍ପୋରେଟରଙ୍କୁ ସମ୍ବର୍ଦ୍ଧନା

downloadସ୍ଥାନୀୟ ୨ ନଂ ୟୁନିଟ୍ ଅଶୋକ ନଗରରେ ସ୍ଥିତ ଆର୍ଯ୍ୟସଂସ୍କୃତି ମନ୍ଦିର ପ୍ରାଙ୍ଗଣରେ ୟୁନିଟ୍-୨ ନାଗରିକ କମିଟି ଦ୍ଵାରା ନବନିର୍ବାଚିତ ମେୟର ଅନନ୍ତ ନାରାୟାଣ ଜେନା ଓ ୪୦ ନଂ ୱାର୍ଡର କର୍ପୋରେଟର ରାମଚନ୍ଦ୍ର ପ୍ରଧାନଙ୍କୁ ରବିବାର ଦିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ ମେୟର ଶ୍ରୀ ଜେନା କହିଥିଲେ ଯେ,ଭୁବନେଶ୍ଵରର କେନ୍ଦ୍ରସ୍ଥଳ ରେ ଅବସ୍ଥିତ ସର୍ବପୁରତନ ୟୁନିଟ୍-୨ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ରାସ୍ତାଘାଟ,ପରିମଳ,ଆଲୋକ,ଡ୍ରେନେଜ ଆଦି ବ୍ୟବସ୍ଥାର ନବୀକରଣ ଲାଗି ବିଶେଷ ଧ୍ୟାନ ଦିଆଯିବ । ନିୟମିତ ୱାର୍ଡ ପରିଦର୍ଶନ ସହିତ ୱାର୍ଡର ମରିମଳ ବ୍ୟବସ୍ଥା ଓ ଅନ୍ଯାନ୍ଯ ଆବଶ୍ୟକତା ପୂରଣ ଲାଗି ପାରୁ ପର୍ଯ୍ୟନ୍ତ ପ୍ରତିଷ୍ଠା କରିବାକୁ ନବନିର୍ବାଚିତ କର୍ପୋରେଟର ଶ୍ରୀ ପ୍ରଧାନ କହିଥିଲେ । ଏହି ସଭାରେ ନାଗରିକ କମିଟି ତରଫରୁ ୟୁନିଟ୍-୨ ଅଞ୍ଚଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ,ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ,ଲଳିତ କଳାପୀଠର ପୁନରୁଦ୍ଧାର, ରାସ୍ତାଘାଟର ମରାମତି ଓ ନବୀକରଣ,ଷ୍ଟ୍ରିଟଲାଇଟ୍ ,କ୍ଵାର୍ଟର ପଛପାଖଲେନ୍ ର ସଫେଇ ଆଦି ସମସ୍ୟାର ସମାଧାନ ଆସୁ ସମାଧାନ ପାଇଁ ମେୟର ଓ କର୍ପୋରେଟର ଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା । ନାଗରିକ କମିଟିର ସଭାପତି ଶ୍ରୀ ଅକ୍ଷୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ଭାର୍ଦ୍ଧନା ସଭାରେ ବରିଷ୍ଠ ସାମ୍ବାଦିକ ବରେନ୍ଦ୍ର କୃଷ୍ଣ ଧଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ସଭାରେ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ବନବିହାରୀ ମହାନ୍ତି । ଅନ୍ୟ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ ।

Share in top social networks!