ଆସନ୍ତା ଜାନୁୟାରୀ ୨୦ ରେ ରାଜ୍ୟବ୍ୟାପୀ ପଲସ୍ ପୋଲିଓ ଟୀକାଦାନ ଅଭିଯାନ, ୪୩ ଲକ୍ଷରୁ ଉର୍ଦ୍ଧଶିଶୁଙ୍କୁ ପୋଲିଓ ଟୀକାଦାନ ଲକ୍ଷ

Ensure-regular-vaccination-to-make-India-polio-freeଆସନ୍ତା ଜାନୁୟାରୀ ମାସ ୨୦ ତାରିଖ ଏବଂ ଫେବୃୟାରୀ ମାସ ୨୪ ତାରିଖ ରେ ରାଜ୍ୟରେ ପଲସ୍ ପୋଲିଓ ଅଭିଯାନ ଅନୁଷ୍ଠିତ ହେବ | ଏହି ଅଭିଜନରେ ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ପ୍ରାୟ ୪୩ ଲକ୍ଷରୁ ଉର୍ଦ୍ଧଶିଶୁଙ୍କୁ ପୋଲିଓ ଖାଇବାକୁ ଦିଆଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି | ତେବେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନ ସଂକ୍ରାନ୍ତ ରେ ରାଜ୍ୟ ପଲସ୍ ପୋଲିଓ ଅଭିଯାନ ଟାସ୍କଫୋର୍ସ ବୈଠକ ଗତ କାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ଗତ ୨୦୦୮ ମସିହା ଫେବୃଆରୀ ମାସରେ ଭୁବନେଶ୍ବରରେ ଏବଂ ଜୁଲାଇ ମାସରେ ବରଗଡ ଭଟ୍ଲି ବ୍ଲକ ରେ ଜେନ ଲେଖା ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇ ଥିଲେ ସେଥିପାଇଁ ବୈଠକରେ ଏହି ଅଭିଯାନ କୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ଥରରେ ପହଞ୍ଚାଇ ସଚେତନତା ସୃଷ୍ଟି କରି ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯିବା ଉପରେ ଗୁରୁତ୍ଵ ଆରୋପ କରାଯାଇଛି |

ଆସନ୍ତା ପଲସ୍ ପୋଲିଓ ଅଭିଯାନ ସମୟରେ ୪୩ ଲକ୍ଷରୁ ଉର୍ଦ୍ଧ ଶିଶୁଙ୍କୁ ଟୀକାଦାନ କରିବା ପାଇଁ ୧୮୬୮୪ ଟି ଟୀକାଦାନ କେନ୍ଦ୍ର ଖୋଲାଯାଇ ୭୪୩୭୬ ଜଣ ସ୍ବେଛାସେବୀଙ୍କୁ ନିଯୋଜିତ କରାଯିବ | ସେମାନଙ୍କ କାର୍ଯ୍ୟ ତଦାରଖ କରିବାକୁ ୩୪୩୬ କଣ ସୁପେରଭାଇଜର , ୩୬୨ ଭ୍ରାମ୍ୟମାଣ ଦଳ ଏବଂ ପରବର୍ତ୍ତୀ ସମୟ ପାଇଁ ୮୧୯ଟି ଦଳ ଗଠନ କରାଯିବ |ପ୍ରଥମ ପର୍ଯ୍ୟାୟ ରେ ଜାନୁୟାରୀ ୨୦ ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ ଫେବୃୟାରୀ ୨୪ ତାରିଖରେ ଟୀକାଦାନ କେନ୍ଦ୍ର ମାନଙ୍କରେ ଟୀକା ଦାନ କରାଯିବା ପରେ ଯେଉଁମାନେ ଟୀକାଦାନ କେନ୍ଦ୍ର କୁ ଆସି ନପାରି ଟୀକାଦାନ ରୁ ବଞ୍ଚିତ ହୋଇଥିବେ ପରବର୍ତୀ ଦୁଇଦିନରେ ଘରକୁ ଘର ବୁଲି ସେମାନଙ୍କୁ ଟୀକାଦାନ କରାଯିବାର ବ୍ୟବସ୍ଥା ହୋଇଛି | ଚଳିତ ବର୍ଷ ଏହି ପଲସ୍ ପୋଲିଓ ଅଭିଯାନ ପାଇଁ ପ୍ରାୟ ୬ କୋଟି ଟଙ୍କା ବାୟ ବରାଦ କରାଯାଇଛି | ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲା କୁ ହାଇରିସ୍କ ଜିଲ୍ଲା ଏବଂ ୩୧୪ ଟି ବ୍ଲକ୍ ରୁ ୪୦ଟି ବ୍ଲକ୍ କୁ ହାଇରିସ୍କ ବ୍ଲକ୍ ଭାବେ ଚିହ୍ନଟ କରାଯାଇଛି | ଏଣୁ ସେହି ସବୁ ଅଞ୍ଚଳରେ ଅଭିଯାନ ସମୟରେ ଅଧିକ ସତର୍କତା ଅବଲମ୍ବନ ପୂର୍ବକ ଅଭିଯାନ ଚଳାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ଵ ଆରୋପ କରାଯାଇଛି |

ଏହି ଅବସରରେ ନିୟମିତ ଟୀକା କରଣ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସମୀକ୍ଷା କରଯାଇଥିଲା | ରାଜ୍ୟରେ ନିୟମିତ ଟୀକାଦାନ କାର୍ଯ୍ୟକ୍ରମରେ ପ୍ରାୟ ୮୦ ପ୍ରତିଶତ ନବଜାତ ଙ୍କୁ ଟୀକାକରଣ କରାଯାଉଥିବା ବେଳେ ଏହାକୁ ଶତ ପ୍ରତିଶତ କରାଇବାକୁ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ | ରାଜ୍ୟରେ ଅନୁଷ୍ଠାନିକ ପ୍ରସବହାର ବୃଦ୍ଧି ପାଉଥିବା ବେଳେ ପ୍ରସୂତି ଏବଂ ନବଜାତଙ୍କୁ ଡାକ୍ତରଖାନା ରୁ ଡିସ୍ଚାର୍ଜ କରିବା ପୂର୍ବରୁ ଆବଶ୍ୟକୀୟ ସମସ୍ତ ଟୀକାଦାନ କରାଯିବା ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି |

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଶାସନ ସଚିବ ଶିବବ୍ରତ ଦାଶ , ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଡାଃ ବିରଞ୍ଚି ନାରାୟଣ ଦାସ ,ସ୍ୱାସ୍ଥ୍ୟସେବା ନିର୍ଦେଶକ ଡାଃ ଏନ୍.କେ.ଦାସଙ୍କ ସମେତ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ , ୟୁନିସେଫ, ନିପି, ରୋଟାରୀ କ୍ଲବ୍ ଏବଂ ଟି.ଏମ୍.ଏସ୍.ଟି ଭଳି ଅନ୍ୟ ସହଯୋଗୀ ସଂସ୍ଥାମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ |

Share in top social networks!