ରାହୁଲଙ୍କ ଦୁଇଦିନିଆ ଓଡିଶା ଗସ୍ତ ଆଜି

47716
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ସକାଳ ୧୦ ଟାରେ ରାହୁଲ ଭୁବନେଶ୍ଵର ବିମାନବନ୍ଦର ରେ ପହଞ୍ଚିବା ପରେ ସେଠାରୁ ସଡକ ପଥରେ ସିଧାସଳଖ କଟକର ସାଲେପୁର ଅନ୍ତର୍ଗତ ଭାତପଡା ଯିବେ । ସେଠାରେ ଏକ ସାଧାରଣ ସଭାରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାହୁଲ ସଡକ ପଥରେ ଯିବାବେଳେ ତାଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ଵରର ଶିଶୁ ଭବନ,ରାଜମହଲ ,କଳ୍ପନା ଓ ରସୁଲଗଡ ଛକରେ ଦଳ ପକ୍ଷରୁ ସ୍ଵାଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ରାହୁଲ ସାଲେପୁରରୁ ହେଳିକାପ୍ଟର ରେ ଭୁବନେଶ୍ଵର ଫେରିବେ । ଅପରାହ୍ନ ୫ ଟାରେ ଏଜି ଛକସ୍ଥିତ ନେହେରୁ ପାର୍କରେ ସେ ଦଳର ସଂଖ୍ୟାଲଘୁ କର୍ମୀ ଓ ନେତାଙ୍କୁ ଭେଟିବେ । ରାଜ୍ୟ ଅତିଥି ଭବନରେ ସେ ରାତ୍ରିଯାପନ କରିବେ । ସେହିଭଳି ୧୦ ତାରିଖ ଦିନ ସକାଳ ୧୦ ତା ବେଳେ ନେହେରୁ ପାର୍କରେ ପ୍ରଥମେ ଛାତ୍ର,ପରେ ଯୁବକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହିତ ରାହୁଲ ଆଲୋଚନା କରିବାର କାର୍ଯ୍ୟ କ୍ରମ ରହିଛି । ପରେ ଅପରାହ୍ନ ୨ଟା ୩୦ ମିନିଟରେ ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Share in top social networks!