କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ପୁରସ୍କୃତ

47765
ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଏହାର ଅଧିକାଂଶ ଲୋକଙ୍କର ଜୀବିକା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେନିର୍ଭରଶୀଳ । ୨୦୧୨-୧୩ ବର୍ଷର ଆକଳନ ଅନୁଯାୟୀ କୃଷିର ଅନୁଦାନ ମୋଟ ଘରୋଇ ରାଜ୍ୟ ଉତ୍ପାଦର ୧୭.୫ଶତାଂଶ । ଆହୁରି ମଧ୍ୟ ରାଜ୍ୟ କୃଷି କ୍ଷେତ୍ରରେ ୬୪ଶତାଂଶ ନିଯୁକ୍ତି ସୃଷ୍ଟି କରି ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ଅଧିକ ଯୋଗଦାନ କରିପାରିଛି । ସୁତରାଂ ଏହି କ୍ଷେତ୍ରରେ ବିକାଶ ହିଁ ପ୍ରକୃତରେ ରାଜ୍ୟରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସାମୁହିକ ବିକାଶ ଆଣିପାରିବ । ବିଗତ ବର୍ଷ ଗୁଡିକୁ ଅନୁଧ୍ୟାନ କାଲେ ଜଣାଯାଏ ଯେ,ଓଡିଶାର କୃଷି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା,ବାତ୍ୟା ଓ ମରୁଡି ଭଳି ପରିସ୍ଥିତିର ସମ୍ମୁଖୀନ ହେବା ସତ୍ତ୍ୱେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ବିକାଶର ଦର ବଜାୟ ରଖିପାରିଛି । କୃଷି ପ୍ରଗତିର ନିଦର୍ଶନ ସ୍ୱରୂପ ରାଜ୍ୟ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ୨୦୧୨-୧୩ବର୍ଷରେ ଜାତୀୟସ୍ତରରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଦ୍ଵିତୀୟ ଥର ପାଇଁ କୃଷି ନିର୍ମାଣ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଫେବୃଆରୀ ୧୦ତାରିଖ ଦିନ ବିଶ୍ଵ ବନୀକରଣ କଂଗ୍ରେସ -୨୦୧୪ ସାଧାରଣ ଅଧିବେଶନରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃଷି କର୍ମଣ ପୁରସ୍କାର ପ୍ରଦାନ ସହିତ ସମ୍ମାନିତ କରିବେ । ଏହା ସହିତ ମାନ୍ୟବର ରାଷ୍ଟ୍ରପତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଅଗ୍ରଣୀ ମହିଳା କୃଷକଙ୍କୁ ଧାନ ଓ ରାୟଗଡା ଜିଲ୍ଲାର ଜଣେ ଅଗ୍ରଣୀ କୃଷକଙ୍କୁ ଡାଲି ଫସଲରେ ସର୍ବାଧିକ ଉତ୍ପାଦନ ନିମନ୍ତେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ସହିତ ସମ୍ମାନିତ କରିବେ । ଏହି ସଫଳତା ପାଇଁ କୃଷି ବିଭାଗ ରାଜ୍ୟର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି ।

Share in top social networks!