୨୦୧୪-୧୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ୩୪.୮୨୯ କୋଟି ୩୫ଲକ୍ଷ ୬୨ ହଜାର ଟଙ୍କାର ଲେଖାନୁଦାନ

47833ଗତକାଲି ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ୨୦୧୪-୧୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଚାଲୁ ରହିଥିବା ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ୩୪.୮୨୯ କୋଟି ୩୫ଲକ୍ଷ ୬୨ ହଜାର ଟଙ୍କାର ଲେଖାନୁଦାନ ଆଗତ କରିଛନ୍ତି । ସାଧାରଣ ନିର୍ବାଚନ ପରେ ନୂତନ ସରକାର ୨୦୧୪ -୧୫ ଆର୍ଥିକ ବର୍ଷ ପାଇଁ ସଂପୂର୍ଣ୍ଣ ବଜେଟ୍ ପାଇଁ ବ୍ୟୟ ମଞ୍ଜୁରୀ ଦାବି ଉପସ୍ଥାପନ କରିବେ । ଏହି ଲେଖାନୁଦାନରେ କୃଷି,ଜଳସେଚନ,ଭିତ୍ତିଭୂମି ଉନ୍ନୟନ,ଦାରିଦ୍ର୍ୟ ଦୂରୀକରଣ,ସ୍ୱାସ୍ଥ୍ୟ ,ଶିକ୍ଷା,ଗ୍ରାମ ଉନ୍ନୟନ ,ସାମାଜିକ ନିରାପତ୍ତା ଏବଂ ସାମାଜିକ ମଙ୍ଗଳ କ୍ଷେତ୍ରରେ ଚାଲୁରହିଥିବା ବିଭିନ୍ନ ଯୋଜନା ପାଇଁ ଗୁରୁତ୍ଵ ଆରୋପ କରାଯାଇଛି । ୨୦୧୪-୧୫ ଆର୍ଥିକ ବର୍ଷରେ ୬୨,୯୧୬ କୋଟି ୭୬ ଲକ୍ଷ ଟଙ୍କାର ରାଜସ୍ୱ ପ୍ରାପ୍ତି ଓ ୬୧,୭୯୬ କୋଟି ୬୪ ଲକ୍ଷ ଟଙ୍କାର ରାଜସ୍ୱ ବ୍ୟୟ ହେବ ଏବଂ ଆର୍ଥିକ ବର୍ଷ ଶେଷରେ ୧,୧୨୦ କୋଟି ୧୩ ଲକ୍ଷ ଟଙ୍କା ରାଜସ୍ୱ ବଳକା ହେବ ବୋଲି ଆକଳନ କରାଯାଇଛି । ସରକାରଙ୍କ କିଛି ମୁଖ୍ୟ ଯୋଜନା ଯଥା-ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୧୧୨.୫୦ କୋଟି ,ବିଜୁ କେବିକେ ଯୋଜନା ପାଇଁ ୬୦ କୋଟି,ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ ୨୫ କୋଟି,ମୋକୁଡିଆ ଯୋଜନା ପାଇଁ ୭୫.୦୫ କୋଟି,ବିଜୁ କନ୍ଧମାଳ ଓ ଗଜପତି ଯୋଜନା ପାଇଁ ୧୪.୨୫କୋଟି,ବିଜୁ ସହରାଞ୍ଚଳ ବିଦ୍ୟୁତ ଦୂରୀକରଣ ଯୋଜନା ପାଇଁ ୧୦ କୋଟି,ଆଡିବନ୍ଧ ନିର୍ମାଣ ପାଇଁ ୯୩.୫୦ କୋଟି,ଜଳକ୍ଳିଷ୍ଟ ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ପାଇଁ ୮୫ କୋଟି,ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୭୩.୫୦ କୋଟି, ପଶ୍ଚିମ ଓଡିଶା ଉନ୍ନୟନ ପରିଷଦ ପାଇଁ ୪୦ କୋଟି,ବୃହତ ଉଠା ଜଳସେଚନ କାର୍ଯ୍ୟକ୍ରମ ପାଇଁ ୧୧୨.୫୦ କୋଟି,ବିଜୁ ସେତୁ ଯୋଜନା ପାଇଁ ୮୧.୫୦ କୋଟି,ମମତା ଯୋଜନା ପାଇଁ ୧୧୧.୩୨ କୋଟି ,ବିଜୁ କୃଷକ ଯୋଜନା ପାଇଁ ୪୫ କୋଟି,ସିମେଣ୍ଟ କଂକ୍ରିଟ ଯୋଜନା ପାଇଁ ୨୪୯.୨୮ କୋଟି,ଉଚ୍ଚ କୃଷି ଉତ୍ପାଦନ ଅଞ୍ଚଳରେ କୃଷି ସହାୟକ କାର୍ଯ୍ୟକ୍ରମ ପାଇଁ ୫୦ କୋଟି,ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ପାଇଁ ୯୩.୫୦ କୋଟି,୩୩/୧୧ କେଭି ସବଷ୍ଟେସନ ପାଇଁ ୭୫ କୋଟି,ପୁଞ୍ଜି ସମ୍ପତ୍ତି ପରିଚାଳନା ପାଇଁ ୧୬୫୨.୨୪ କୋଟି ,ବିପର୍ଯ୍ୟୟ ଜନିତ ଖର୍ଚ୍ଚ ପାଇଁ ୧୧୪୩.୬୩ କୋଟି ,କିଲୋ ପିଛା ୨ ଟଙ୍କା ହାରରେ ଚାଉଳ ଯୋଗାଣ ପାଇଁ ୫୩୦.୮୬କୋଟି ,ବିଶ୍ଵ ବିଦ୍ୟାଳୟ ଓ ସରକାରୀ ମହାବିଦ୍ୟାଳୟମାନଙ୍କର ଭିତ୍ତିଭୂମି ଉନ୍ନୟନ ପାଇଁ ୪୫ କୋଟି,ବୈଷୟିକ ମହାବିଦ୍ୟାଳୟ ମାନଙ୍କର ଭିତ୍ତିଭୂମି ସ୍ଥାପନ ପାଇଁ ୨୫ କୋଟି ଟଙ୍କା,ପଛୁଆ ଅଞ୍ଚଳ ଉନ୍ନୟନ ପାଣ୍ଠି ପାଇଁ ୨୨୦ କୋଟି ଟଙ୍କା,ତ୍ଵରିତ ଜଳସେଚନ ସୁବିଧା ଯୋଜନା ପାଇଁ ୭୧୫ କୋଟି,ନକ୍ସଲ ପ୍ରଭାବିତ ଜିଲ୍ଲାପାଇଁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇଁ ୨୭୦ କୋଟି ଟଙ୍କା,ବହିଃ ସାହାଯ୍ୟ ପ୍ରାପ୍ତ ପ୍ରକଳ୍ପ ପାଇଁ ୧୧୬୨କୋଟି ତାଙ୍କ ଏବଂ ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ପାଇଁ ୧୧୦୦ କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି ।

Share in top social networks!