ବିଜେଡ଼ିର କଟକ ମହାନଗର ନିଗମ ଦଖଲ

47819 କଟକ ମହାନଗର ନିଗମ (ସିଏମସି) ନିର୍ବାଚନରେ ଶାସକ ବିଜେଡ଼ି ପୁଣି କ୍ଷମତା ଦଖଲ କରିବାରେ ସଫଳ ହୋଇଛି । କଟକର ମୋଟ ୫୯ ଟି ୱାର୍ଡରୁ ବିଜେଡ଼ି ୩୬ଟି ୱାର୍ଡରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । କଂଗ୍ରେସକୁ ୯ଟି,ବିଜେପି ୪ଟି ୱାର୍ଡରେ ବିଜଯ ହାସଲ କରିଥିବା ବେଳେ ୧୦ ଟି ୱାର୍ଡରେ ସ୍ଵାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ବିଜେଡ଼ି ୩୬ ଟି ୱାର୍ଡରେ ବିଜୟ ହାସଲ କରି କାଉନ୍ସିଲ ଗଠନ କରିବାକୁ ସକ୍ଷମ ହୋଇଥିଲେ ସୁଦ୍ଧା ଗତ ନିର୍ବାଚନ ଅପେକ୍ଷା ବିଜେଡ଼ି କୁ କମ ଭୋଟ ମିଳିଛି ।

Share in top social networks!