ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବିଭିନ୍ନ କଲ୍ୟାଣକାରୀ ଯୋଜନା

47571ରାଜ୍ୟର ମତ୍ସ୍ୟଜୀବୀମାନଙ୍କୁ ଗୋଷ୍ଠୀବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ବୀମାଭୁକ୍ତମତ୍ସ୍ୟଜୀବୀ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ଓ ସଂପୂର୍ଣ୍ଣ ଅକ୍ଷମତା ପାଇଁ ଏକ ଲକ୍ଷ ଟଙ୍କା ଏବଂ ଆଂଶିକ ଶାରୀରିକ ଅକର୍ମଣ୍ୟତା ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିପାଇଁ ବୀମା ପ୍ରିମିୟମ ସରକାର ବହନ କରିବେ । ରାଜ୍ୟର ୧୦ ଲକ୍ଷ ରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିନିମନ୍ତେ ରାଜ୍ୟ ମତ୍ସ୍ୟ ବିଭାଗ ଗତ ୨ବର୍ଷ ଧରି ବୀମା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର ପରି ପୁରସ୍କୃତ ହୋଇଛି । ଏତଦବ୍ୟତୀତ ବସୁନ୍ଧରା ଯୋଜନାରେ ବାସଗୃହ ନିର୍ମାଣ ପାଇଁ ଜମି ଓ ମୋ କୁଡିଆ ଯୋଜନାରେ ବାସହୀନ ମତ୍ସ୍ୟଜୀବୀ ପରିବାର କୁ ଘର ଯୋଗାଇ ଦିଆଯାଉଛି । ଏଥିସହିତ ନେତ୍ରଜ୍ୟୋତି ଯୋଜନାରେ ଚକ୍ଷୁରୋଗ ରେ ଆକ୍ରାନ୍ତ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କୁ ୫ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ ର ବ୍ୟବସ୍ଥା ରହିଛି । ଗୁରୁତର ରୋଗ ଯଥା-କ୍ୟାନ୍ସର ,ପାରାଲିସିସ୍,ମାନସିକ ରୋଗ,କିଡନୀ ପ୍ରତିରୋପଣ,ହୃଦାରୋଗା ସର୍ଜରୀ,ମସ୍ତିଷ୍କଟ୍ୟୁମର ରେ ଆକ୍ରାନ୍ତ ବିପିଏଲ ମତ୍ସ୍ୟଜୀବୀମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ ଦିଆଯାଉଛି । ମତ୍ସ୍ୟଜୀବୀ ପରିବାରର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏକକାଳୀନ ମେଧାବୃତ୍ତି ପ୍ରଦାନ କରାଯାଉଛି ।

Share in top social networks!