ରାଜ୍ୟସ୍ତରୀୟ ସୂଚନା ଅଧିକାର କାର୍ମଶାଳା

47765ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଲୋକ ସୂଚନା ଅଧିକାରୀ ଓ ସହାୟକ ଲୋକସୂଚନା ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସୂଚନା ଅଧିକାର କାର୍ମଶାଳା ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ସ୍ତରରେ କାର୍ଯ୍ୟରତ ସରକାରୀ ଅଧିକାରୀମାନଙ୍କ ସ୍ଵଚ୍ଛତାଏବଂ ଉତ୍ତର ଦାୟିତ୍ଵକୁ ପ୍ରୋତ୍ସାହିତ କରିବା ସକାଶେ କେନ୍ଦ୍ରୀୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗ ଗଠନ କରାଯାଇଛି । ସୂଚନା ଅଧିକାର ଆଇନ ୨୦୦୫ ମସିହା ଠାରୁ ଆମ ରାଜ୍ୟରେ କାର୍ଯ୍ୟକାରୀ ହେଲା । ସୂଚନା ଓ ଲୋକସମ୍ପର୍କ ବିଭାଗ ଏଥିନିମନ୍ତେ ନୋଡାଲ ବିଭାଗ ରୂପେ ଦାୟିତ୍ଵ ନିର୍ବାହ କରୁଅଛି । ସୂଚନା ଅଧିକାର ଏକ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ । ଶାସନ ପଦ୍ଧତିରେ ସ୍ଵଚ୍ଛତା ଓ ଉତ୍ତର ଦାୟିତ୍ଵ ରଖିବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ । ଜଣ ସାଧାରଣଙ୍କ ନିକଟରେ ଏହି ଆଇନ କୁ ପହଞ୍ଚାଇବା ପାଇଁ ନୀରବଚ୍ଛିନ୍ନ ଭାବରେ ଉଦ୍ୟମ କରିବା ନିମତେ ସମସ୍ତ ଅଧିକାରୀମାନଙ୍କୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ରାଜ୍ୟ ସୂଚନା କମିଶନର ସଚିବ ଶ୍ରୀ ଗୁରୁ ପ୍ରସାଦ ମିଶ୍ର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଭଗବାନ ନନ୍ଦ , ଗ୍ରାମାଞ୍ଚଳରେ ରହୁଥିବା ସାଧାରଣ ଲୋକମାନେ ଏହି ଆଇନର କିପରି ସୁଫଳ ପାଇପାରିବେ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ମୁଖ୍ୟ ପରିଚାଳନା ଅଧିକାର ଆଇନ ଅଧିକାର ଶ୍ରୀ ବିବେକାନନ୍ଦ ବିଶ୍ଵାଳ ସ୍ଵାଗତ ଭାଷଣ କରିଥିଲେ । ଉକ୍ତ କର୍ମଶାଳାରେ ଉପଶାସନ ସଚିବ ଶ୍ରୀ ଗଣେଶ୍ଵର ଜେନା,ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀ ନିରଞ୍ଜନ ସେଠୀ,ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ସଋ ରାମଶଙ୍କର ବେହେରା ,ଉପଶାସନ ସଚିବ ଶ୍ରୀ ବିଜୟ କୁମାର ମଲ୍ଲିକ, ଉପନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ,ଉପନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରଜିତ ପ୍ରଧାନ ,ସମସ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ସୂଚନା ଅଧିକାରୀଙ୍କ ସମେତ ସମସ୍ତ ଉପବିଭାଗ ଅଧିକାରୀ ଓ ସହକାରୀ ଉପବିଭାଗ ଅଧିକାରୀମାନେ ଯୋଗଦେଇଥିଲେ ।

Share in top social networks!