ଐତିହାସିକ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ଉପରେ ଗୁରୁତ୍ଵ

47571
ଓଡିଶାର ୭୮ଟି କେନ୍ଦ୍ରୀୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ଦିଗରେ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟିରମତାମତ ଅନୁଯାୟୀ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ,ଓଡିଶା ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଯଦି କୀର୍ତ୍ତିରାଜିର ୧୦୦ମିଟର ମଧ୍ୟରେ ବେନିୟମ ନିର୍ମାଣ କରାଯାଇ ଅବରୋଧ କରାଯାଇଥାଏ ତେବେ ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ଦୃଷ୍ଟିରୁ ସେଗୁଡିକୁ ଭାଙ୍ଗିଦିଆଯିବା ଆବଶ୍ୟକ ବୋଲି ପ୍ରତ୍ନତତ୍ତ୍ଵ ବିଭାଗ ମତ ଦେଇଛି । ତଦନୁଯାୟୀ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ଅରବିନ୍ଦ କୁମାର ପାଢୀ ବିହିତ ପଦକ୍ଷେପ ନିମନ୍ତେ ଜିଲ୍ଲାପାଳମାନଙ୍କୁ କୀର୍ତ୍ତିରାଜିଗୁଡିର ସୁରକ୍ଷା ଦିଗରେ ଦୃଷ୍ଟିଦେବାକୁ ଅନୁରୋଧ କରିଛନ୍ତି ।

Share in top social networks!