କୃଷି ମନ୍ତ୍ରୀଙ୍କ ସୂଚନା : ଓଡିଶା ଜାତୀୟ ସ୍ତରରେ କୃଷିକର୍ମଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ

download (3)
ରାଜ୍ୟସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ଉନ୍ନୟନମୂଳକ ଯୋଜନାର ଫଳସ୍ଵରୂପ ୨୦୧୨-୧୩ ମସିହାରେ ରେକର୍ଡ ପରିମାଣରେ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି । ଏହିଉଲ୍ଲେଖନୀୟ ସଫଳତା ପାଇଁ ଆମ ରାଜ୍ୟ ଜାତୀୟ ସ୍ତରରେ କୃଷିକର୍ମଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଅଛି ବୋଲି କୃଷିମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ସଭ୍ୟ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ,ରାଜ୍ୟକୁ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ଓ ରପ୍ତାନିକ୍ଷମ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷକମାନଙ୍କ ପାଇଁ ଗସ୍ତ,ଶିକ୍ଷା ଓ ପ୍ରଦର୍ଶନ କ୍ଷେତ୍ର ମାଧ୍ୟମରେ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରାଯାଉଛି । ଉତ୍ପାଦିତ ଖାଦ୍ୟଶସ୍ୟର ଅମଳ ପରବର୍ତ୍ତୀ ଯତ୍ନ ତଥା ତାହାର ସାଇତା ପଦ୍ଧତି ଉପରେ ଚାଷୀମାନଙ୍କୁ ସଚେତନତା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଜାତୀୟ ଉଦ୍ୟାନ,କୃଷି ମିଶନ,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା,ରାଜ୍ୟ ଯୋଜନା,ଜାତୀୟ ଅଣୁଜଳ ସେଚନ ଯୋଜନା,ମହାତ୍ମାଗାନ୍ଧି କର୍ମନିଯୁକ୍ତି ଯୋଜନା,ନାରୀକେଳ ଉନ୍ନୟନ ବୋର୍ଡ,ଜାତୀୟ ଔଷଧୀକ ବୃକ୍ଷ ମିଶନ ଯୋଜନାରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । କୃଷିକୁ ଲାଭଜନକ କରି କୃଷକର ଆୟ ବୃଦ୍ଧି କରିବା ସହିତ ଯୁବକମାନଙ୍କୁ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ଏକ ଲୋକାଭିମୁଖୀ ଓ ବଳିଷ୍ଠ କୃଷିନୀତି ୨୦୧୩ ମସିହା ଠାରୁ ପ୍ରଣୟନ କରି ଅଛନ୍ତି ।

Share in top social networks!