ଓଡିଶା ସମବାୟ ସମିତି ଅଧିନିୟମ,୨୦୧୨ ଆଧାରରେ ସମ୍ପୃକ୍ତ ନିୟମାବଳୀର ସଂଶୋଧନ ପ୍ରକ୍ରିୟା ସରକାରଙ୍କର ସକ୍ରିୟ ବିଚାରଧିନ-ଶ୍ରୀ ଆରୁଖ

download (2)
ସମ୍ବିଧାନର ୯୭ତମ ସଂଶୋଧନକୁ ଭିତ୍ତିକରି ଓଡିଶା ସମବାୟ ସମିତି ଅଧିନିୟମ,୧୯୬୨ର ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଓଡିଶା ସମବାୟ ସମିତି ଅଧିନିୟମ,୨୦୧୨ ବିଧାନସଭାରେ ପାରିତ ହୋଇ ମହାମହିମ ଓଡିଶା ରାଜ୍ୟପାଳଙ୍କ ଦ୍ଵାରା ଜାନୁଆରୀ ୨୨,୨୦୧୩ ରେ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । ଏହି ସଂଶୋଧନ ଅଧିନିୟମ ରାଜ୍ୟ ସରକାରଙ୍କ ଗେଜେଟରେ ଜାନୁଆରୀ ୩୦,୨୦୧୩ ରେ ପ୍ରକାଶିତ ହୋଇଛି । ଏହି ସଂଶୋଧିତ ଅଧିନିୟମ ଧାରା ୨୮AA ରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ନିଯୁକ୍ତି ବ୍ୟବସ୍ଥା ରହିଛି । ସମବାୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ ଓ ନିଯୁକ୍ତି ସମ୍ପର୍କୀୟ ଚିଠା ନିଯମାବଳୀ ବିଜ୍ଞପ୍ତି ନଂ ୧୪୦୫ ତା୧୬.୦୨.୨୦୧୩ରେ ସମବାୟ ବିଭାଗ ଦ୍ଵାରା ପ୍ରକାଶିତ ହୋଇଛି । ସଂଶୋଧିତ ଅଧିନିୟମ ଓ ନିଯମାବଳୀ ଆଧାରରେ ନିର୍ବାଚନ କରାଯିବ । ମାନ୍ୟବର ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଓଡିଶା ସମବାୟ ସମିତି ସଂଶୋଧନ ଅଧିନିୟମ,୨୦୧୧ ସମ୍ପର୍କୀୟ ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ନିୟମାବଳୀର ଚୂଡାନ୍ତ ବିଜ୍ଞପ୍ତି ପାଇଁ ଅଦାଲତରେ ଅନୁମତି ଲୋଡାଯାଇଛି । ଓଡିଶା ସମବାୟ ସମିତି(ସଂଶୋଧନ) ଅଧିନିୟମ,୨୦୧୨ ଧାରା ୧୭ଅନୁଯାୟୀ ସମବାୟ ସମିତି ମାନଙ୍କର ନିର୍ବାଚନ ଅଧିନିୟମ ପ୍ରକାଶିତ ଦିନଠାରୁ ୬ମାସ ମଧ୍ୟରେ କରିବା ପାଇଁ ଥିବା ବ୍ୟବସ୍ଥା ସଂପ୍ରତି ଓଡିଶା ସମବାୟ ସମିତି (ସଂଶୋଧନ)ଅଧିନିୟମ,୨୦୧୩ ର ଧାରା ୨ଅନୁଯାୟୀ ୧୮ମାସକୁ ବୃଦ୍ଧି କରାଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!