୨୦୧୨-୧୩ ରେ ସମଗ୍ର ରାଜ୍ୟରେ ସମବାୟ ବ୍ୟାଙ୍କଗୁଡିକ ଦ୍ଵାରା ୬୧୦୭ କୋଟି ୧୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି –ସମବାୟ ମନ୍ତ୍ରୀ

images (3)ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ କାର୍ଯ୍ୟ କରୁଥିବା ସମବାୟ ବ୍ୟାଙ୍କଗୁଡିକ ଦ୍ଵାରା ବ୍ୟାପକ ଋଣ ପ୍ରଦାନ କରାଯାଇଛି ଓ ତନ୍ମଧ୍ୟରୁ ବ୍ୟାପକ ଋଣ ଆଦାୟ କରାଯାଇ ପାରିଛି । ୨୦୦୮-୦୯ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ୩୧୮୯ କୋଟି ୧ଲକ୍ଷ ଟଙ୍କା ଋଣର ଆବଶ୍ୟକତା ଥିବା ବେଳେ ସମବାୟ ବ୍ୟାଙ୍କଗୁଡିକ ଦ୍ଵାରା ୨୧୫୪ କୋଟି ୯୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ଏବଂ ଏହାର ୬୭ (୨୧୩୧କୋଟି ୭୦ ଲକ୍ଷ ଟଙ୍କା) ଋଣ ଆଦାୟ କରାଯାଇ ପାରିଛି । ୨୦୦୯-୧୦ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ୩୭୮୯ କୋଟି ୪ ଲକ୍ଷ ଟଙ୍କା ଋଣର ଆବଶ୍ୟକତା ଥିବାବେଳେ ସମବାୟ ବ୍ୟାଙ୍କ ଗୁଡିକ ଦ୍ଵାରା ୩୪୦୨ କୋଟି ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ଏବଂ ଏହାର ୭୬%(୨୮୭୫ କୋଟି ୭୨ ଲକ୍ଷ ଟଙ୍କା) ଋଣ ଆଦାଯ କରାଯାଇ ପାରିଛି । ୨୦୧୦-୧୧ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ୪୦୯୪ କୋଟି ୮୨ ଲକ୍ଷ ଟଙ୍କା ଋଣର ଆବଶ୍ୟକତା ଥିବା ବେଳେ ସମବାୟ ବ୍ୟାଙ୍କ ଗୁଡିକ ଦ୍ଵାରା ୪୨୮୪ କୋଟି ୭୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ଏବଂ ଏହାର ୭୪% ଋଣ ଆଦାୟ କରାଯାଇ ପାରିଛି । ୨୦୧୧-୧୨ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ୫୨୬୫ କୋଟି ୭୯ ଲକ୍ଷ ଟଙ୍କା ଋଣର ଆବଶ୍ୟକତା ଥିବାବେଳେ ସମବାୟ ବ୍ୟାଙ୍କ ଗୁଡିକ ଦ୍ଵାରା ୫୩୭୪ କୋଟି ୯୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ଏବଂ ଏହାର ୭୯ % ଋଣ ଆଦାୟ କରାଯାଇପାରିଛି । ୨୦୧୨-୧୩ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ୫୫୪୩ କୋଟି ୨୭ ଲକ୍ଷ ଟଙ୍କା ଋଣର ଆବଶ୍ୟକତା ଥିବାବେଳେ ସମବାୟ ବ୍ୟାଙ୍କ ଗୁଡିକ ଦ୍ଵାରା ୬୧୦୭ କୋଟି ୧୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ଏବଂ ଏହାର ୭୪% ଋଣ ଆଦାୟ କରାଯାଇ ପାରିଛି । ଗାତା ପାଞ୍ଚ ବର୍ଷ (୨୦୦୮-୦୯ ରୁ ୨୦୧୨-୧୩) ମଧ୍ୟରେ ରାଜ୍ୟର ସମବାୟ ବ୍ୟାଙ୍କ ଗୁଡିକ ମୋଟ ୨୧,୩୨୩କୋଟି ୮୯ ଏଲକେଏଚ ଟଙ୍କା ଋଣ ପ୍ରଦାନ କରିଛନ୍ତି ଓ ଏହାର ୭୬% ଋଣ ଆଦାୟ କରାଯାଇ ପାରିଛି ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!