୨୦୧୨-୧୩ ରେ ୨୩୧୭ ଟି ସମବାୟ ସମିତି ଜରିଆରେ ୧୦,୧୪,୯୮୧ ଜଣ ଚାଷୀଙ୍କଠାରୁ ୪୭,୯୩,୧୧୭ ମେଟ୍ରିକ୍ ଟନ ଧାନ କିଣାଯାଇଛି –ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

downloadସରକାରୀ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ସମବାୟ ସମିତିମାନେ ଓଡିଶା ରାଜ୍ୟ ଯୋଗାଣ ନିଗମର ଏଜେଣ୍ଟ ଭାବରେ ଚାଷୀମାନଙ୍କ ଠାରୁ ସରକାରୀ ନିର୍ଦ୍ଧାରିତ ଦରରେ ଧାନ କ୍ରୟ କରୁଛନ୍ତି । ୨୦୦୯-୧୦ ଆର୍ଥିକ ବର୍ଷରେ ରାଜ୍ୟର ୧୨୧୫ ଟି ସମବାୟ ସମିତି ଜରିଆରେ ୩ ଲକ୍ଷ ୪୧ହଜାର ୪୪୫ ଜଣ ଚାଷୀଙ୍କଠାରୁ ୧୬ଲକ୍ଷ ୧୧ହଜାର ୬୬୦ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି । ୨୦୧୦-୧୧ ଆର୍ଥିକ ବର୍ଷରେ ୧୬୩୦ ଟି ସମବାୟ ସମିତି ଜରିଆରେ ୨ ଲକ୍ଷ ୫୭ ହଜାର ୪୦୫ଜଣ ଚାଷୀଙ୍କଠାରୁ ୧୮ ଲକ୍ଷ ୪୦ ହଜାର ୩୪୭ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି । ୨୦୧୧-୧୨ ଆର୍ଥିକ ବର୍ଷରେ ୧୮୫୮ ଟି ସମବାୟ ସମିତି ଜରିଆରେ ୬ ଲକ୍ଷ ୩୨ ହଜାର ୨୭୮ ଜଣ ଚାଷୀଙ୍କ ଠାରୁ ୨୮ ଲକ୍ଷ ୭୭ ହଜାର ୧୬୯ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି । ୨୦୧୨-୧୩ ଆର୍ଥିକ ବର୍ଷରେ ୨୩୧୭ଟି ସମବାୟ ସମିତି ଜରିଆରେ ୧୦ ଲକ୍ଷ ୧୪ ହଜାର ୯୮୧ ଜଣ ଚାଷୀଙ୍କଠାରୁ ୪୭ ଲକ୍ଷ ୯୩ ହଜାର ୧୧୭ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!