ନାଲକୋ ପକ୍ଷରୁ ବକ୍ସାଇଟ୍ ଖନନ ପୁନଃ ଆରମ୍ଭ

Bauxite-mines-nalcoକୋରାପୁଟ ଜିଲ୍ଲାର ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିରେ ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅସ୍ଥାୟୀ କାର୍ଯ୍ୟ ଅନୁମତି (ଟେମ୍ପରାରୀ ୱର୍କ ପର୍ମିଟ୍) ହାସଲ କରିବା ପରେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ଗତ ସନ୍ଧ୍ୟା ରୁ ଖନନ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଛି |

ଖଣି ଲିଜ୍ ଅବଧି ସମାପ୍ତ ହେବା ପରେ ନାଲକୋ ର ଖଣି କାର୍ଯ୍ୟ ଗତ ୧୭ ତାରିଖ ରୁ ବନ୍ଦ ରହିଥିଲା | ଯଦିଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପାଇ ନଥିବାରୁ ଏହି ସମୟରେ କମ୍ପାନୀ ପଞ୍ଚପଟ୍ଟମାଳୀ ଖଣିରୁ ବକ୍ସାଇଟ୍ ଖନନ ସ୍ଥଗିତ ରହିଥିଲା , ଏହାର ରିଫାଇନେରି ଓ ସ୍କେଲ୍ଟର୍ ରେ କାର୍ଯ୍ୟ ବ୍ୟାହତ ହୋଇନଥିଲା | ପୂର୍ବରୁ ଗଚ୍ଛିତ ବକ୍ସାଇଟ୍ ବ୍ୟବହାର କରି ଉଭୟ ୟୁନିଟ ରୁ ଉତ୍ପାଦନ କାର୍ଯ୍ୟ ଜାରି ରହିଥିଲା|

ଏଠାରେ ଉଲ୍ଲେଖାଯୋଗ୍ୟ ଯେ , ଖଣି ବନ୍ଦ ରହିବା ସମୟରେ କମ୍ପାନୀ ବିଭିନ୍ନ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ହାତ କୁ ନେଇଥିଲା | ଉଦାହରଣ ସ୍ୱରୂପ, ଏହି ସମୟରେ କନଭେୟର୍ ବେଲ୍ଟ ର ମରାମତି କରଯାଇଥିଲା,ଯାହା କି ଅନ୍ୟ ସମୟରେ କରିଥିଲେ ,୧୭ ଦିନ ପାଇଁ କାର୍ଯ୍ୟ ବନ୍ଦ କରିବାକୁ ପଡିଥାନ୍ତା |

ଏହି ସମ୍ବନ୍ଧରେ ସୂଚନା ଦେଇ ନାଲକୋ ଅଧକ୍ଷ ତଥା ପରିଚଳନା ନିର୍ଦେଶକ ଶ୍ରୀ ଅଂଶୁମାନ ଦାସ କହିଲେ, “ବର୍ତମାନ ୧ ବର୍ଷ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ରୁ ଏହି ଅସ୍ଥାୟୀ କାର୍ଯ୍ୟ ଅନୁମତି ମିଳିଛି | ମାତ୍ର ଦୀର୍ଘକାଳୀନ ଖଣି ଲିଜ୍ ନବୀକରଣ ପାଇଁ ଆମେ ଚେଷ୍ଟା କରୁଛୁ, ଯାହାକି ଏହି ଅନୁମତିର ଅବଧି ଶେଷ ହେବା ପୂର୍ବରୁ ଆମକୁ ମିଳିଯିବ ବୋଲି ଆମେ ଆଶା କରୁଛୁ |”

Share in top social networks!