ଲୋକାୟୁକ୍ତ ବିଲ୍ ର ଚିଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

47571ଚଳିତ ବିଧାନ ସଭାରେ ଉପସ୍ଥାପିତ ହେବାକୁ ଯାଉଥିବା ଲୋକାଯୁକ୍ତ ବିଲ୍ ର ଚିଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ବୁଧବାର ଦିନ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରାୟ ୧୩ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବା ସହ ସେଗୁଡିକ ମଞ୍ଜୁରୀ ଦିଆଯାଇଥିଲା । ବିଧାନସଭା ଚାଲିଥିବାରୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଶାସନ ସଚିବ ବା ମନ୍ତ୍ରୀମାନେ କ୍ୟାବିନେଟ ବୈଠକ ବିଷୟରେ ସୂଚନା ଦେବାପାଇଁ ସ୍ପଷ୍ଟ ମନା କରିଦେଇଥିଲେ ।

Share in top social networks!