ସମବାୟ ବ୍ୟାଙ୍କଗୁଡିକରେ ଆର୍ଥିକ ଅନିୟମିତତା ପାଇଁ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ-ସମବାୟ ମନ୍ତ୍ରୀ

downloadରାଜ୍ୟରେ ୧୩ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ,୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଦୁଇଟି ଶୀର୍ଷ ସମବାୟ ବ୍ୟାଙ୍କ ଯଥା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଓଫ ଓସକାର୍ଡ ବ୍ୟାଙ୍କ କାର୍ଯ୍ୟ କରୁଛନ୍ତି । କାର୍ଯ୍ୟ କରୁଥିବା ୧୩ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ମଧ୍ୟରୁ କଟକ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଆର୍ଥିକ ଅନିୟମିତତା ପରିଲକ୍ଷିତ ହୋଇଥିବା ଦର୍ଶାଯାଇଛି । କଟକ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଆର୍ଥିକ ଅନିୟମିତତାରେ ସଂଶ୍ଳିଷ୍ଟ ଥିବା ୧୧ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଓ କେସ୍ ରୁଜୁ କରାଯାଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଏହି ମାମଲା ଅଦ୍ୟାବଧି ତଦନ୍ତାଧୀନ ରହିଛି । ସେହିପରି ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ମଧ୍ୟରୁ ୫ଟି ବ୍ୟାଙ୍କରେ ଗତ ୫ବର୍ଷ ମଧ୍ୟରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ କେନ୍ଦ୍ର ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତାରେ ସଂଶ୍ଳିଷ୍ଟ ଥିବା ୯ଜଣ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଚ୍ଚ ନ୍ୟାୟାଳୟର ସ୍ଥଗିତାଦେଶ ଯୋଗୁଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତାରେ ସଂଶ୍ଳିଷ୍ଟ ଥିବା ୮ଜଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରୀରୁ ନିଲମ୍ବିତ କରାଯାଇଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତାରେ ସଂଶ୍ଳିଷ୍ଟ ଥିବା ୨୩ଜଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରୀରୁ ନିଲମ୍ବିତ କରାଯାଇଛି । ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତାରେ ସଂଶ୍ଳିଷ୍ଟ ଥିବା ୮ଜଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତାରେ ସଂଶ୍ଳିଷ୍ଟ ଥିବା ଜଣଙ୍କ ବିରୁଦ୍ଧରେ ଏଫ୍.ଆଇ ,ଆର ଦରଜ କରାଯାଇଛି ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓସକାର୍ଡ ବ୍ୟାଙ୍କରେ ଆର୍ଥିକ ଅନିୟମିତତା ହୋଇଥିବା କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!