ବାତ୍ୟା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ରବି ଋଣ ପ୍ରଦାନ କରାଯିବ-ସମବାୟ ମନ୍ତ୍ରୀ

downloadରାଜ୍ୟରେ ଥିବା ୧୭ ଟି କେନ୍ଦ୍ର ସମବାୟ ବ୍ୟାଙ୍କମାନେ ସେବା ସମବାୟ ସମିତି ଜରିଆରେ ଗତ ଖରିଫ ୨୦୧୩ ଫସଲ ଋତୁରେ ୧୫ଲକ୍ଷ୨୫ହଜାର ୬୮୧ ଜଣ ଚାଷୀଙ୍କୁ ୩୬୨୪ କୋଟି ୨୯ ଲକ୍ଷ ଟଙ୍କାର ଫସଲ ଋଣ ପ୍ରଦାନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଶତକଡା ୫୦ ଭାଗ କିମ୍ବା ତଦୁର୍ଦ୍ଧ୍ଵ ଫସଲହାନି ହୋଇଥିବା ଅଞ୍ଚଳର ଚାଷୀମାନଙ୍କର ସ୍ଵଳ୍ପକାଳୀନ ଋଣକୁ ମଧ୍ୟମ କାଳୀନ ଋଣରେ ପରିବର୍ତ୍ତିତ କରି ୩ ବର୍ଷରେ ଋଣ ପରିଶୋଧ କରିବାର ସୁବିଧା ଯୋଗାଇ ଦେବା ପାଇଁ ଯୋଜନା ରହିଅଛି ଏବଂ ତଦନୁଯାୟୀ ନିର୍ଦ୍ଦେଶାନମ ଦିଆଯାଇଅଛି । ଖିଲାପି ଋଣିମାନଙ୍କ ଋଣକୁ ସୁଝିବା ପାଇଁ ସ୍ଥାନୀୟ ସମବାୟ ସଂସ୍ଥା ପକ୍ଷରୁ ଧମକଚମକ ଦିଆଯାଉ ନାହିଁ ଏବଂ ସେଥିପାଇଁ ଚାପଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିଥିବାର କୌଣସି ତଥ୍ୟ ସରକାରଙ୍କ ଦୃଷ୍ଟିଗୋଚର ହୋଇ ନାହିଁ । ବାତ୍ୟା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷିମାନଙ୍କୁ ଆରାଧିକାର ଭିତ୍ତିରେ ରବି ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭା ରେ ପ୍ରକାଶ କରିଛନ୍ତି ।

Share in top social networks!