ସମାରୋହ ପତ୍ରିକାର ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ; ଯିଏ ଅନ୍ୟ ପାଇଁ କାମ କରୁଥାଏ,ସେ ଚିର ସ୍ମରଣୀୟ –ସୂଚନା ମନ୍ତ୍ରୀ

47765ଓଡିଶା ପ୍ରଶାସନିକ ସେବା ସଂଘ ସମ୍ମିଳନୀ କକ୍ଷରେ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ସମାରୋହ ର ସାରସ୍ଵତ ସମାରୋହ ତଥା କଥାକାର ସ୍ଵର୍ଗତ ଦୂର୍ଗା ମାଧବ ମିଶ୍ରଙ୍କ ର ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ଏ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଶକ୍ତିମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଯୋଗ ଦେଇ କହିଲେ ଯେ,ସମାଜରେ ଦୁଇ ପ୍ରକାର ଲୋକ ଥାଆନ୍ତି । ଦଳେ ମଶା,ଅନ୍ୟର ରକ୍ତ ଶୋଶନ୍ତି । ଆଉ ଦଳେ ମହୁମାଛି,ଅନ୍ୟ ପାଇଁ ମହୁ ସଂଗ୍ରହ କ୍ରାନ୍ତି । ସାହିତ୍ୟିକମାନେ ସେହି ମହୁମାଛି ଭଳି । ଯେଉଁମାନେ ନିଜ ପାଇଁ କାମ କରନ୍ତି ସେମାନଙ୍କୁ କେହି ମନେ ରଖନ୍ତି ନାହିଁ । ଯିଏ ଅନ୍ୟ ପାଇଁ କାମ କରୁଥାଏ ,ସେ ଚିରସମରଣୀୟ ହୁଅନ୍ତି । ମୁଖ୍ୟ ବକ୍ତା ଭାଏବ ବାଗ୍ମୀ ଡଃ ଶ୍ରୀ ପ୍ରଫୁଲ୍ଲ ମହାନ୍ତି ଯୋଗଦେଇ ଥିଲେ । ସଭାରେ ସଭାପତିତ୍ଵ କରିଥିଲେ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ଏବଂ ପରିଚାଳନା କରିଥିଲେ ସମାରୋହ ପତ୍ରିକାର ସହଯୋଗୀ ସମ୍ପାଦକ ଶ୍ରୀ ରବି ନାରାୟଣ ନନ୍ଦ । ଏହି ସମାରୋହରେ ଡଃ ଅରବିନ୍ଦ ସାହୁଙ୍କୁ ଦୁର୍ଗାମାଧବ ମିଶ୍ର ପ୍ରବନ୍ଧ ସମ୍ମାନ,କବି ତଥା ପ୍ରସାଶକ ଶ୍ରୀ ରଞ୍ଜନ କୁମାର ଦାସ ଙ୍କୁ ଦୂର୍ଗା ମାଧବ ମିଶ୍ର କବିତା ସମ୍ମାନ ଓ ଗାଳ୍ପିକ ଶ୍ରୀ ଅରବିନ୍ଦ ଦାସଙ୍କୁ ଦୁର୍ଗ ମାଧବ ମିଶ୍ର ଗଳ୍ପ ସମାନ ପ୍ରଦାନ କରାଯାଇଥିଲା ।

Share in top social networks!