କଟକ ମହାନଗର ନିଗମ ପୌର ନିର୍ବାଚନର ୨୦ ଟି ବୁଥରେ ୱେବ କ୍ୟାମେରା ସଂଯୋଗ କରାଯିବ

images । କଟକ ମହାନଗର ନିଗମ ସାଧାରଣ ନିର୍ବାଚନରେ ୨୦ଟି ମତଦାନ କେନ୍ଦ୍ରରେ ୱେବ କ୍ୟାମେରା ସଂଯୋଗ କରାଯାଇ ୱେବକାଷ୍ଟିଂ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିସବୁ ମତଦାନ କେନ୍ଦ୍ର ଗୁଡିକ ହେଲା ୧ନମ୍ବର ୱାର୍ଡର ୧ନମ୍ବର ବୁଥ ଯାହାକି ବିଡାନାସୀ ହାଇସ୍କୁଲରେ ଅବସ୍ଥିତ । ଏହି ବୁଥରେ ବିଡାନାସୀ କୁମ୍ଭାରସାହିର କିଛି ଅଂଶ,ହରିଜନ ସାହି ଏବଂ ଗୋପାଳ ସାହିର କିଛି ଅଂଶର ମତଦାତା ମତସାବ୍ୟସ୍ତ କରିବେ । ୨ନମ୍ବର ୱାର୍ଡର ୮ନମ୍ବର ବୁଥ ଯାହାକି ସେବାଶିକ୍ଷା ନିକେତନରେ ରହିଛି ଏବଂ ତୁଳସୀପୁରର କିଛି ଅଂଶ ଏବଂ ଗୋପାଳ ସାହିର କିଛି ଅଂଶ ଏଥିରେ ମତଦାତା ସାବ୍ୟସ୍ତ କରିବେ । ୯ ନମ୍ବର ୱାର୍ଡର ୪୯ନମ୍ବର ବୁଥ,୧୧ନମ୍ବର ୱାର୍ଡର ୬୬ନମ୍ବର ବୁଥ,୧୬ନମ୍ବର ୱାର୍ଡର ୯୭ନମ୍ବର ବୁଥ,୧୯ନମ୍ବରୱାର୍ଡର ୧୧୫ନମ୍ବର ବୁଥ,୨୧ନମ୍ବର ୱାର୍ଡର ୧୩୫ନମ୍ବର ବୁଥ,୨୩ନମ୍ବର ୱାର୍ଡର ୧୪୯ନମ୍ବର ବୁଥ,୨୪ନମ୍ବର ୱାର୍ଡର ୧୫୩ନମ୍ବର ବୁଥ,୨୫ନମ୍ବର ୱାର୍ଡର ୧୬୬ ନମ୍ବର ବୁଥ,୩୪ନମ୍ବର ୱାର୍ଡର ୨୩୧ନମ୍ବର ବୁଥ,୩୬ନମ୍ବର ୱାର୍ଡର ୨୪୩ନମ୍ବର ବୁଥ,୩୭ନମ୍ବର ୱାର୍ଡର ୨୪୭ନମ୍ବର ବୁଥ,୩୯ନମ୍ବର ୱାର୍ଡର ୨୬୬ନମ୍ବର ବୁଥ,୪୧ନମ୍ବର ୱାର୍ଡର ୨୭୯ନମ୍ବର ବୁଥ,୪୨ନମ୍ବର ୱାର୍ଡର ୨୮୬ନମ୍ବର ବୁଥ,୪୩ନମ୍ବର ୱାର୍ଡର ୨୯୬ନମ୍ବର ବୁଥ,୨୫ନମ୍ବର ୱାର୍ଡର ୩୦୭ନମ୍ବର ବୁଥ,୫୧ନମ୍ବର ୱାର୍ଡର ୩୬୩ନମ୍ବର ବୁଥ ଶେଷରେ ୫୫ ନମ୍ବର ୱାର୍ଡର ୩୯୧ ନମ୍ବର ବୁଥ ଯାଉଥିବା ଅଞ୍ଚଳର କିଛି ଅଂଶର ଭୋଟଦାତା ଭୋଟ ଦେବେ ।

Share in top social networks!