ସିଏମସି ଓ ବାରିପଦା ପୌର ପରିଷଦ ନିର୍ବାଚନ ପାଇଁ ସରକାରୀ ଛୁଟି ଘୋଷଣା

46682
ଆସନ୍ତା ଫେବୃଆରୀ ୬ ତାରିଖରେ ଓଡିଶା ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର କଟକ ମହାନଗର ନିୟମ ଏବଂ ବାରିପଦା ପୌର ପରିଷଦରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ପରିପ୍ରେକ୍ଷୀରେ ସରକାର ନିଷ୍ପତ୍ତି କରିଛନ୍ତି ଯେ,ଯେଉଁ ସରକାରୀ କର୍ମଚାରୀମାନେ ସମ୍ପୃକ୍ତ ମହାନଗର ନିଗମ ବା ପୌର ପରିଷଦର ବାସିନ୍ଦା ଅଟନ୍ତି ଏବଂ ସେମାନେ ସେମାନଙ୍କର ସଦର ମହକୁମା ବାହାରକୁ ଯାଇ ମତଦାନ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମତଦାନ ଦିବସ ସହିତ ଏହାର ପୂର୍ବ ଓ ପରଦିବସକୁ ସ୍ଵତନ୍ତ୍ର ସାମୟିକ ଛୁଟି,ସାଧାରଣ ଭାବେ ପ୍ରାପ୍ୟ ସାମୟିକ ଛୁଟି ସହ ପ୍ରଦାନ କରାଯିବ । ପୁନଶ୍ଚ ଯେଉଁ କର୍ମଚାରୀମାନେ ସରକାରୀ ଉଦ୍ୟୋଗ,ବୋର୍ଡ,ନିଗମ,ଶୀର୍ଷ ସଂସ୍ଥା ଇତ୍ୟାଦିରେ କାର୍ଯ୍ୟ କରୁଛନ୍ତି,ସେମାନଙ୍କୁ ନିର୍ବାଚନ ଦିନ ସବୈତନିକ ଛୁଟି ପ୍ରଦାନ କରାଯିବ ।

Share in top social networks!