ସିଏମସି ଓ ବାରିପଦା ପୌର ପରିଷଦ ନିର୍ବାଚନ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ

46569
ଆସନ୍ତା ଫେବୃଆରୀ ୬ ତାରିଖରେ ଓଡିଶା ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର କଟକ ମହାନଗର ନିୟମ ଏବଂ ବାରିପଦା ପୌର ପରିଷଦରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ପରିପ୍ରେକ୍ଷୀରେ କଟକ ମହାନଗର ନିଗମଏବଂ ବାରିପଦା ପୌରପରିଷଦ ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ପୃକ୍ତ ଅଞ୍ଚଳର (ଟ୍ରେଜେରୀ ଓ ସବ୍ ଟ୍ରେଜେରୀ ବ୍ୟତୀତ)ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟ କାର୍ଯ୍ୟାଳୟଗୁଡିକ ପାଇଁ ଆସନ୍ତା ଫେବୃଆରୀ ୬ତାରିଖ ଦିନଟିକୁ ଛୁଟି ଘୋଷଣା କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସମ୍ବନ୍ଧରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Share in top social networks!