ତୀର୍ଥକ୍ଷେତ୍ର ପୁରୀର ସ୍ଵର୍ଗଦ୍ଵାର ଓ ବେଳାଭୂମିର ଉନ୍ନତି କରାଯିବ

ବିଧାନସଭା ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ତୀର୍ଥକ୍ଷେତ୍ର ପୁରୀର ସ୍ଵର୍ଗଦ୍ଵାର ଓ ବେଳାଭୂମିର ଉନ୍ନତି ସମ୍ବନ୍ଧେ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍ଵର୍ଗଦ୍ଵାରରେ ଶବଦାହ ନିମନ୍ତେ ଜାଳେଣି କାଠର ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମ ପ୍ରତି ମାସରେ ୫୦ କ୍ଵିଣ୍ଟାଲ ଜାଳେଣି କାଠ ସ୍ଵର୍ଗଦ୍ଵାର ଡିପୋ କୁ ଯୋଗାଇ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି | ପ୍ରତି ୧୫ ଦିନରେ ଚିରାକାଠର ବ୍ୟବହାର ସମ୍ବନ୍ଧେ ଏକ ରିପୋର୍ଟ ପୌର କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ କରାଯିବ |

ଯେଉଁମାନେ ଶବଦାହ ପାଇଁ ପୌରସଂସ୍ଥା କୁ ୩୦ ଟଙ୍କା ଜମା ଦେଇ ରସିଦ ଆଣି ଦେଖାଇବେ ସେମାନଙ୍କୁ ଜାଳେଣି କାଠ ଯୋଗାଇବେ ସେମାନଙ୍କୁ ଜାଳେଣି କାଠ ଯୋଗାଇ ଦିଆଯିବ | କର୍ମ ବାବଦରେ ପାଉଣା ଧାର୍ଯ୍ୟ ସଂପର୍କ ରେ ପୌରସଂସ୍ଥା ଓ ପୋଲିସ୍ କର୍ତ୍ତୃପକ୍ଷ ମିଳିତ ଆଲୋଚନା କରିବେ ବୋଲି ବୈଠକ ରେ ସ୍ଥିର କରାଗଲା | ସ୍ଵର୍ଗଦ୍ଵାର ରୁ କାମେଲିୟା ହୋଟେଲ ରାସ୍ତାରେ ଚାରିଚକିଆ ଯାନ ପାର୍କିଂକୁ ନିଷେଧ କରାଯାଇଛି | ବଡଦାଣ୍ଡରେ ଆଲୋକ ଓ ଶବ୍ଦ ବ୍ୟବସ୍ଥା ପାଇଁ ପର୍ଯ୍ୟଟନ ଓ ପୋଲିସ ବିଭାଗ ବିହିତ ପଦକ୍ଷେପ ନେବେ | ଦିଗବାରେଣି ରୁ କାମେଲିୟା ହୋଟେଲ ପର୍ଯ୍ୟନ୍ତ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ ନହିଁ |

ଏତଦ୍ ବ୍ୟତୀତ ବେଳା ଭୂମି ଅଞ୍ଚଳରେ ସଫସୁତୁରା ପାଇଁ ଉପଯୁକ୍ତ ଡଷ୍ଟବିନ୍ ର ବ୍ୟବହାର କରିବାକୁ ପୌର କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ | ବୈଠକ ରେ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ତ୍ରିପାଠୀ , ପର୍ଯ୍ୟଟନ ନିର୍ଦେଶକ ଶ୍ରୀ ହରିଶଙ୍କର ଉପଧାୟ ,ନଗର ଉନ୍ନୟନ Puri Templeବିଭାଗ ଉପ-ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାଉତରାୟ,ପୁରୀ ପୌର ଅଧିକାରୀ ଶ୍ରୀ ବିଶ୍ଵଜିତ ଦାସ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ବିଜୟ କୁମାର ଜେନା,ବିଭାଗୀୟ ସୂଚନା ଅଧିକାରୀ ଶ୍ରୀ ବରଦା ପ୍ରସନ୍ନ ଦାସ, ପୁରୀ ନଗର ଡି.ଏସ.ପି ପ୍ରମୁଖ ବୈଠକ ଯୋଗ ଦେଇଥିଲେ |

Share in top social networks!