ସିପସରୁବାଲିର ୧୪୩ ଏକର ଜମିକୁ ଦଖଲକୁ ନେଲେ ସରକାର

47338
ପୁରୀ ନିକଟରେ ଥିବା ସିପାସରୁବାଲି ମଉଜାର ୨୮୨୩ଏକର ୫୩ଡିସିମିଲି ସରକାରୀ ଜମିକୁ ୧୯୬୨ରୁ ୧୯୭୨ ମସିହା ବନ୍ଦୋବସ୍ତର ଚୂଡାନ୍ତ ସ୍ଵତ୍ତ୍ଵଲିପିରେ ୬୬ଜଣ ସେମାନଙ୍କ ନାମରେ ରେକର୍ଡ କରିନେଇଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଏହି ୨୮୨୩ଏକର ଜମି ସରକାରଙ୍କ ଦଖଲକୁ ନେବାକୁ ଉଦ୍ୟମ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟ ଅନୁସାରେ ବ୍ରହ୍ମଗିରି ତହସିଲଦାର,କୃଷ୍ଣପ୍ରସାଦ ତହସିଲଦାରଙ୍କ ଉପସ୍ଥିତିରେ ସରକାର ୧୪୩ ଏକ ଜମି ଦଖଲକୁ ନେଇଥିଲେ ।

Share in top social networks!