ଫେବୃଆରୀ ୬ ରୁ ଆରମ୍ଭ ଜାତୀୟ ଖାରବେଳ ମହୋତ୍ସବ

47348
ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ,ସୂଚନା ଓ ଲୋକସମ୍ପର୍କ ବିଭାଗ,ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର,ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ,ଭାରତ ସରକାରଙ୍କ ସଂଗୀତ ନାଟକ ବିଭାଗଙ୍କ ସହଯୋଗରେ ୧୨ତମ ଜାତୀୟ ଖାରବେଳ ମହୋତ୍ସବ ଆସନ୍ତା ଫେବୃଆରୀ ୬ତାରିଖରୁ ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଖଣ୍ଡଗିରୀ-ଉଦୟଗିରି ପାରଦେଶରେ ଏହି ମହୋତ୍ସବ ୪ଦିନଧରି ଚାଲିବବୋଲି ଜାତୀୟ ଖାରବେଳ ମହୋତ୍ସବ ସମିତିର ଅଧ୍ୟକ୍ଷ ଦିଲ୍ଲୀପ କୁମାର ନନ୍ଦ ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଶ୍ରୀ ନନ୍ଦ କହିଛନ୍ତି ଯେ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ଉନ୍ନତି କରିବା ଉଦ୍ଦେଶ୍ୟରେ ଖାରବେଳ ମହୋତ୍ସବ ବିଗତ ୧୧ବର୍ଷ ଧରି ସଫଳତାର ସହିତ ଅନୁଷ୍ଠିତ ହୋଇଆସୁଛି । ଏହା ୬ତାରିଖ ଦିନ ଅନୁଷ୍ଠିତ ହେବ । ଏଥିରେ ହସ୍ତତନ୍ତ,ହସ୍ତଶିଳ୍ପର ଆକର୍ଷଣୀୟ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଡ.ପ୍ରଫୁଲ୍ଲ ତ୍ରିପାଠୀ,ଉମାଶଙ୍କର ମିଶ୍ର,କିଶୋର ମଙ୍ଗରାଜ ଉପସ୍ଥିତ ଥିଲେ ।

Share in top social networks!