ଆଜିଠୁ ବିଧାନସଭା ଅଧିବେଶନ ଦିନକରେ ଲୋକଯୁକ୍ତ ବିଲ୍

47727
ଗୋଟିଏ ଦିନ ଆଲୋଚନାରେ ଲୋକାୟୁକ୍ତ ବିଲ୍ ପରି ଅତି ଗୁରୁତ୍ଵପୂର୍ଣ୍ଣ ଆଇନ ପାରିତ ହେବ । ଏମିତି ଯୋଜନା ପାଞ୍ଚିଛନ୍ତି ରାଜ୍ୟ ସରକାର । କାର୍ଯ୍ୟସୂଚୀ ତିଆରି ହୋଇଛି,ଫେବୃଆରୀ ୧୨ତାରିଖ ଦିନ ବିଲ୍ ଉପରେ ଆଲୋଚନା ଆରମ୍ଭ ହେବ । ସେଇଦିନ ପାସ୍ ହେବ । ଆସନ୍ତାକାଲିଠାରୁ ଆରମ୍ଭ ହେବ ଏ ବିଧାନସଭାର ଅନ୍ତିମ ଅଧିବେଶନ । ୧୩ତାରିଖ ଯାଏଁ ଚାଲିବ । ୮ଟି କାର୍ଯ୍ୟ ଦିବସ । ସେଥିରୁ ୩ଦିନ ଖର୍ଚ୍ଚ ହେବ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ । ଆଉ ତିନିଦିନ କାମଚଳା ବଜେଟ ପାଇଁ । ବାକି ଦୁଇଦିନ ଭିତରୁ ଗୋଟିଏ ଦିନ ସଂରକ୍ଷିତ ରଖାଯାଇଛି ଲୋକାୟୁକ୍ତ ବିଧେୟକ ପାଇଁ । କାର୍ଯ୍ୟସୂଚୀ ଫେବୃଆରୀ ୭ତାରିଖ ଦିନ ୨୦୧୪-୧୫ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଏବଂ ୪ମାସିଆ ଲେଖାନୁଦାନ ଉପସ୍ଥାପିତ ହେବ ।

Share in top social networks!