୫ରେ ନବୀନ ନିବାସ ଘେରିବେ ପ୍ରଧାନଶିକ୍ଷକ

47571
ଚାକିରିର ପାଞ୍ଚବର୍ଷପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦଚ୍ୟୁତ ୮୫୪ଜଣ ପ୍ରଧାନଶିକ୍ଷକମାନଙ୍କର ସାର୍ଟିଫିକେଟ ଗୁଡିକୁ ପୁନଃ ଯାଞ୍ଚ ପରେ ପ୍ରଧାନଶିକ୍ଷକ ଭାବେ ଅନୁମୋଦନ ଦେଇ ବେତନ ପ୍ରଦାନ କରିଥିଲେ । ଫଳରେ ଦୀର୍ଘ ୩୨ବର୍ଷ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିବା ପଦଚ୍ୟୁତ କରାଯାଇ ସେମାନଙ୍କୁ ସହକାରୀ ଶିକ୍ଷକଭାବେ ନିଯୁକ୍ତି ଘଟଣାର ଘୋର ପ୍ରତିବାଦ କରିଛି ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି । ଏହା ଉକ୍ତ ଶିକ୍ଷକଙ୍କ ପ୍ରତି ଏକ ଅପମାନଜନକ ଘଟନା ବୋଲି ସଂଘ ପକ୍ଷରୁ କୁଆହାଯାଇଛି । ବହୁସହକାରୀ ସହକାରୀ ଶିକ୍ଷକଙ୍କର ବିଏଡ ଯୋଗ୍ୟତା ନଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ସେମାନଙ୍କୁ ପଦୋନ୍ନତି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ୧୦ ଡିସେମ୍ବରରୁ ଉକ୍ତ ପ୍ରଧାନଶିକ୍ଷକ ମାନେ ଧାରଣା ଓ ଅନଶନରେ ବସିଛନ୍ତି । ମାତ୍ର ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି । ଏହାର ପ୍ରତିବାଦରେ ଆସନ୍ତା ୫ତାରିଖରେ ନବୀନ ନିବାସ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

Share in top social networks!