୯ରେ ରାହୁଲଙ୍କ ଦୁଇଦିନିଆ ଓଡିଶା ଗସ୍ତ

47716
୧୧ତାରିଖରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସିବେ । ମୋଦୀ ଇଫେକ୍ଟ ଓଡ଼ିଶାକୁ ଗୋଳିଆ କରିଦେବା ଆଶଙ୍କା ରହିଛି । ନମୋନମୋ ମନ୍ତ୍ରରେ ଝୁମି ଲୋକେ ହାତରେ ପଦ୍ମ ଧରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏହା ପୂର୍ବରୁ ମୋଦୀଙ୍କ ପ୍ରଭାବକୁ ଫିକା କରିବା ଲାଗି କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କ ଓଡିଶା ଗସ୍ତ ଯୋଜନା । ଆସନ୍ତା ୯ଓ ୧୦ତାରିଖ ଦିନ ଦୁଇଦିନ ରାହୁଲଙ୍କ ଓଡିଶା ଗସ୍ତ ଚୁଡାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ପ୍ରାରଥି ନରେନ୍ଦ୍ର ମୋଦିଙ୍କ ପାଇଁ ବିଜେପି ଭୁବନେଶ୍ଵରରେ ସଭା କରି ୨ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିଥିବାରୁ ରାଜ୍ୟ କଂଗ୍ରେସ ଭୁବନେଶ୍ଵରକୁ ଛାଡି ଓଡିଶାର ୬ଟି ଜିଲ୍ଲାରେ ରାହୁଲଙ୍କୁ ନେଇ ସାଧାରଣ ସଭା କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାହୁଲଙ୍କୁ ନେଇ ଦଳ କଟକର ସାଲେପୁର,ଯାଜପୁର ଡୁବୁରୀରେ ବୈଠକ କରି ଉପକୂଳ ଓଡ଼ିଶାକୁ ଜଗିବ । କେନ୍ଦ୍ର ଓଡ଼ିଶାକୁ ଲକ୍ଷ୍ୟ ରଖି ଦଳ ତାଳଚେରରେ ସାଧାରଣ ସଭା କରିବାକୁ ସ୍ଥିର କରିଛି । କେବଳ ସେତିକୁ ନୁହେଁ ଫେବୃଆରୀ ଶେଷ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଳାହାଣ୍ଡି ଆସିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!