ଶ୍ରୀଶ୍ରୀ ବିଶ୍ଵ ବିଦ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କର୍ମକର୍ତ୍ତାଙ୍କର ‘ସୁପ୍ରଶାସନ’କାର୍ମଶାଳା

IMG_0989
ଶ୍ରୀଶ୍ରୀ ବିଦ୍ୟାଳୟ-ସୁପ୍ରସାଶନ ଓ ଲୋକନୀତି (ଫ୍ୟାକଲ୍ଟି ଅଫ୍ ଗୁଡ ଗଭରନେସ ଓ ପବ୍ଲିକ ପଲିସି ତରଫରୁ ଏକ ଉଚ୍ଚସ୍ତରୀୟ ଚାରିଜଣିଆ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାର ୪୨ଜଣ କର୍ମକର୍ତ୍ତା ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ । ସଚିବାଳୟରେ କାର୍ଯ୍ୟରତ ୧୮ଜଣ ଓଡିଶା ପ୍ରଶାସନିକ ସେବା ଓ ଓଡିଶା ସଚିବାଳୟ ସେବା କର୍ମଚାରୀ ତଥା ୨୪ ଜଣ ଓଡିଶା ଶିକ୍ଷାସେବା କର୍ମଚାରୀ ନିର୍ଦେଶାଳୟରୁ ଏଥିରେ ଯୋଗଦାନ କରିଥିଲେ । ଜାନୁଆରୀ ୨୨ତାରିଖ ଦିନ ‘ସୁପ୍ରଶାସନ’କର୍ମଶାଳାର ଉଦଘାଟନ ହୋଇଥିଲା । ଜାନୁଆରୀ ୨୭ରୁ୩୦ତାରିଖ ପର୍ଯ୍ୟନ୍ତ ଟ୍ରେନିଂ କାର୍ଯ୍ୟ କ୍ରମ ଚାଲୁରହିଥିଲା । ଏହି ପାଠ୍ୟକ୍ରମରେ ସୁପ୍ରାଶନ ବିଷୟରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରାଯାଇଥିଲା । ସୁପ୍ରସାଶନ ଏକ ସୁମାନବାରୁ ଆରମ୍ଭ ହୋଇଥାଏ । ତେଣୁ ପ୍ରତିଟି ବ୍ୟକ୍ତି ବିଶେଷ କରି ନିଜର ଅନ୍ତର୍ନିହିତ ମାନବୀୟ ମୂଲ୍ୟବୋଧକୁ ପୁନର୍ଜୀବିତ କାରପାରିବେ ସେଥିନିମନ୍ତେ ବିଭିନ୍ନ ପ୍ରକାର ଜ୍ଞାନକୌଶଳ ପ୍ରଦାନ କରାଯାଇଥିଲା । ଉଦଜପନୀ ସମାରୋହ ସହିଦ ମାନଙ୍କ ସ୍କୃତିରେ ୧ମିନିଟ ନୀରବ ଧ୍ୟାନରୁ ପ୍ରାରମ୍ଭ କରାଯାଇଥିଲା । ଏଥିରେ ଶ୍ରୀଯୁକ୍ତ କୃଷ୍ଣ ଗୋପାଳ ମହାପାତ୍ର,କମିଶନର ଓ ନିର୍ଦ୍ଦେଶକ ଓପେପା,ଶ୍ରୀ ଦାମରଥୀ ଶତପଥୀ ଅତିରିକ୍ତ ସଚିବଙ୍କ ସମେତ ବିଶ୍ଵ ବିଦ୍ୟାଳୟ ବରିଷ୍ଠ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହିପରି ବହୁ ସାପ୍ତାହିକ କର୍ମଶାଳାର ଯୋଜନା ଭବିଷ୍ୟତରେ କରାଯାଇଛି । ଫ୍ୟାକଲ୍ଟି ତରଫରୁ ଏକ ସ୍ନାତକୋତ୍ତର ଶିକ୍ଷା ମାଷ୍ଟର ଇନ ଗୁଡ ଗଭରନେସ ଓ ପବ୍ଲିକ ପଲିସି)ଆଗାମୀ ୨୦୧୪ ଶିକ୍ଷାବର୍ଷରୁ ଆରମ୍ଭ କରାଯିବାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଉଦ୍ୟମ ଓଡିଶା ଶିକ୍ଷା ବିଭାଗ ପକ୍ଷେ ଏକ ଅଭିନବ ପ୍ରଚେଷ୍ଠା ।

Share in top social networks!