ଓଡିଶାର ବୌଦ୍ଧ ଐତିହ୍ୟ ଉପରେ ଦ୍ଵିତୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

download
ଓଡିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଓ ଓଡିଶା ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାରିଟାଇମ ଆଣ୍ଡ ସାଉଥ ଇଷ୍ଟ ଏସିଆନ ଷ୍ଟାଡିଜ ଦ୍ଵାରା ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ପିଠା ଉଦୟଗିରୀ ଠାରେ ଓଡିଶାର ବୌଦ୍ଧ ଧର୍ମର ଐତିହ୍ୟ ଉପରେ ୩ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ବଡଚଣା ବିଧାୟକ ଶ୍ରୀଯୁକ୍ତ ମର ପ୍ରସାଦ ଶତପଥୀ ;ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢୀ,ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ଅଜିତ କୁମାର ତ୍ରିପାଠୀ,ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟର କୁଳପତି ଡଃ ଦେବେନ୍ଦ୍ର ନାଥ ଜେନା,ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନୀଲ କୁମାର ଦାସ,ଯାଜପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସାମଲ,ଓଟିଡିସିର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର,ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ଉତ୍ପଳ କୁମାର ପତି । ପାରମ୍ପାରିକ ରୀତିରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ପରେପରେ ଉଦୟଗିରିରେ ଥିବା ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ଶ୍ରୀ କୁମାର ଭାଇଙ୍କ ମାନବିକତା କି ଅମ୍ରିତ ବୃନ୍ଦସଙ୍ଗୀତ ଓ ନୃତ୍ୟ ପରିୟବେଶନ କରିଥିଲେ । ଏହି ତିନି ଦିନିଆ ଉତ୍ସବରେ ଦେଶ ଓ ବିଦେଶରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ଵ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଆବେଶକ,ଐତିହାସିକ,ଲେଖକ,ପର୍ଯ୍ୟଟନ ସହିତ ସଂଯୁକ୍ତ ଟୁର ଅପରେଟର୍ସ ଓ ବହୁ ବୌଦ୍ଧ ସନ୍ୟାସୀ ଅଂଶଗ୍ରହଣ କରିଥିଲେ । ଓଡିଶାରେ ଅନେକ ବୌଦ୍ଧ କୀର୍ତ୍ତିରାଜିର ଖନନ,ଅବେଷଣା ଓ ପ୍ରକାର ପ୍ରସାର ଆଦି ଉପରେ ଅତିଥିମାନେ ମତ ଦେଇଥିଲେ । ଅବଧି ଓଡିଶାରେ ୨୦୦ରୁ ଅଧିକ ବୌଦ୍ଧ କୀର୍ତ୍ତି ମଧ୍ୟରୁ ୧୦୮ସ୍ଥାନରେ ବୌଦ୍ଧ ବିହାର ସ୍ତୂପ ଏବଂ ଚୈତ୍ୟ ଇତ୍ୟାଦି ଥିଲାବେଳେ ୫୩ଟି ଭୋଟିବ ସ୍ତୂପ ରହିଛି । ୧୯ଟି ସ୍ଥାନରେ ପ୍ରତ୍ନତାତ୍ତ୍ଵିକ ଖନନ କରାଯାଇ ବୁଦ୍ଧଙ୍କ ଦେହାବଶେଷ ସହିତ ଅନେକ ଦୁର୍ମୁଲ୍ୟ ବସ୍ତୁର ଆବିଷ୍କାର କରାଯାଇଅଛି । ବିମାନ ଯୋଗାଯୋଗ ସହିତ ବୌଦ୍ଧପୀଠ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ତଥା ଏ ସମ୍ପର୍କରେ ଅଧିକ ଗବେଷଣା କରିବା ପାଇଁ ମତାମତ ରଖିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ ସଂଗୀତା ଗୋସାଇଁ ।

Share in top social networks!