ଚଳିତ ବର୍ଷ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ

47699
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଯୁକ୍ତ ଦୁଇ କଳା,ବିୟାନ,ବାଣିଜ୍ୟ ଓ ଧନ୍ଦାମୂଳଓ ଦୂରଶିକ୍ଷା ପରୀକ୍ଷାର ପ୍ରସ୍ତୁତି ପର୍ବ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଫେବୃଆରୀ ୧୭ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରାଯାଇ ମାର୍ଚ୍ଚ ୩ ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ କରାଯିବ । ଚଳିତ ବର୍ଷ ମୋଟ ୩ଲକ୍ଷ ୨୪ହଜାର ୪୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି । ଯୁକ୍ତଦୁଇ କଳାରେ ସର୍ବାଧିକ ୧,୯୦,୭୬୫ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ବିଜ୍ଞାନରେ ୮୬,୯୮୦,ବାଣିଜ୍ୟରେ ୨୭,୩୯୪,ଧନ୍ଦାମୂଳକରେ ୧୦,୪୨୮ ଓ ଦୂରଶିକ୍ଷା ବିଭାଗରେ ୮,୮୯୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଉଚ୍ଚ ମାଧ୍ୟମିକ ସୂତ୍ରରୁ ଜଣାପଡିଛି । ପରିକ୍ଷାକୁ ସ୍ଵଚ୍ଛ,ଅବାଧ ଓ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ସ୍ଥିର କରାଯାଇଥିବା ୧୩୪୩ ଟି ସେଣ୍ଟର ନିରୀକ୍ଷଣ କରିବା ନିମନ୍ତେ ତ୍ରୀସ୍ତରୀୟ ସ୍ଵତନ୍ତ୍ର ସ୍କ୍ୱାର୍ଡର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଇବାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ପ୍ୟାକେଜ ଖୋଲିବା,ଊତ୍ତର ଖାତା ପ୍ୟାକିଙ୍ଗ ଓ ମୂଲ୍ୟାଙ୍କନ କେନ୍ଦ୍ରକୁ ଉତ୍ତରଖାତା ପଠାଇବା ଆଦି ଅତିସ୍ଵର୍ଶକତାର ବିଷୟ କ୍ଷେତ୍ରରେ ସର୍ବାଧିକ ସୁରକ୍ଷା ଓ ସ୍ଵଚ୍ଛତା ଅବଲମ୍ବନ ନିମନ୍ତେ କଡାକଡି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ପରୀକ୍ଷାର ଫଳାଫଳ ଜୁନ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ କର୍ତ୍ତୁପକ୍ଷ ସୂତ୍ରରୁ ପ୍ରକାଶ । ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନ ପ୍ରକ୍ରିୟାରେ କୌଣସି ବିଶୃଙ୍ଖଳା ପରିଲକ୍ଷିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀ ଗଗନ କୁମାର ଧଳ ପ୍ରକାଶ କରିଛନ୍ତି ।

Share in top social networks!