ଜିଲ୍ଲା ଜଜ ସମ୍ମିଳନୀ ଉଦଘାଟିତ

47391
ଓଡିଶା ହାଇକୋର୍ଟ ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ଜିଲ୍ଲାଜଜ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଏହି ସମ୍ମିଳନୀକୁ ଉଦଘାଟନ କରିବା ସହ ତ୍ଵରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ଵାରୋପ କରିଥିଲେ । କିଭଳି ଅଧିକରୁ ଅଧିକ ମାମଲାର ଫଇସଲା ହୋଇପାରିବ ସେଥିପାଇଁ ଜିଲ୍ଲାଜଜ ମାନେ ଉଦ୍ୟମ କରିବାକୁ ଜଷ୍ଟିସ ଗୋଏଲ ପରାମର୍ଶ ଦେଇଛନ୍ତି । ଏହି ସମ୍ମିଳନୀରେ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ହୋଇ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଦୈନଦିନ ଶୁଣାଣିକୁ ଅଧିକ କଡାକଡି କରିବା ଆଦି ପ୍ରସଙ୍ଗରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ । ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାଜଜ୍,ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍,ଫ୍ୟାମିଲି କୋର୍ଟ ଜଜ୍,ବିଭିନ୍ନ ଜିଲ୍ଲାର ଚିଫ ଜୁଡିସିଆଲ ମ୍ୟାଜିଷ୍ଟ୍ରେଟ ପ୍ରମୁଖ ଯୋଗ ଦେଇଛନ୍ତି ।

Share in top social networks!
Powered By Indic IME