ଓଡିଶାରେ କୃଷି ଓ ଆନୁସଙ୍ଗିକ କୃଷି

46974
ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ । ରାଜ୍ୟର ଶତକଡା ୭୦ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ରାଜ୍ୟର ମୋଟ ଭୌଗଳିକ କ୍ଷେତ୍ରଫଳ ହେଉଛି ୧୫୫.୭୧୧ ଲକ୍ଷ ହେକ୍ଟର ଓ ଏହାର ୪୧.୧୬ପ୍ରତିଶତ ଅର୍ଥାତ ୬୪.୦୯ ଲକ୍ଷ ହେକ୍ଟର ହେଉଛି ଚାଷୋପଯୋଗୀ ଜମି । କସ କରାଯାଉଥିବା ମୋଟ ଜମିର ମାଟି ହେଉଛି ଅମ୍ଳିଅ ଓ ପ୍ରାୟ ୪ଲକ୍ଷ ହେକ୍ଟର ଜମି ଲବଣ ପ୍ରଭାବିତ । ଏହା ବ୍ୟତୀତ ପ୍ରାୟ ୩ଲକ୍ଷ ହେକ୍ଟର ଚାଷୋପଯୋଗୀ ଜମି ଜଳମଗ୍ନ ହୋଇ ରହେ । ମୋଟ ରାଜ୍ୟ ଘରୋଇ ଉତ୍ପାଦ କୁ କୃଷିର ଅବଦାନ ହେଉଛି ୧୬ ପ୍ରତିଶତ । ସମୁଦାୟ କର୍ମଶକ୍ତିର ୬୫ ପ୍ରତିଶତ ନିଯୁକ୍ତି/ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି । ରାଜ୍ୟରେ ହାରାହାରି ଜମିର ଆକାର ହେଉଛି ୧.୨୫ ହେକ୍ଟର । ମୋଟ ଚାଷୀ ସଂଖ୍ୟାର ୮୩ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ବ୍ୟବସାୟିକ ଗୋପାଳନ ମଧ୍ୟ ଗୁରୂତ୍ଵ ଲାଭ କରୁଛି । ମଧୁର ଓ ଲୁଣି ମାଛ ଚାଷ,ବିଶେଷତଃ ଚିଙ୍ଗୁଡିଚାଷ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଆମ ରାଜ୍ୟ ସରକାର କୃଷି ଓ କୃଶକଙ୍କ କଲ୍ୟାଣ ନିମନ୍ତେ ବହୁ ବଳିଷ୍ଠ କାର୍ଯ୍ୟକ୍ରମ ହାକୁ ହେଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର କୃଷି ନୀତି-୨୦୧୩ ପ୍ରଣୟନ କରିଛନ୍ତି । ସେଥିପାଇଁ କୃଷି ପାଇଁ ୭ହଜାର କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଏକ ସ୍ଵତନ୍ତ୍ର ବଜେଟ କରାଯାଇଛି । ଏହି ବଜେଟ ସମଗ୍ର ଦେଶରେ ଦ୍ଵିତୀୟ । ଏତଦବ୍ୟତୀତ ରାଜ୍ୟ ସରକାର କୃଷକମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବିଷେଶ ଧ୍ୟାନ ଦେଇଛନ୍ତି ।

Share in top social networks!