ବିଶାଳ ଜନଜାତି ଅଧିକାର ସମାବେଶ ଫେବୃଆରୀ ୨ରେ ୫୦ହଜାର ଜନଜାତିଙ୍କର ବିଶାଳ ଶୋଭାଯାତ୍ରା

47194
ବନବାସୀ କଲ୍ୟାଣ ଆଶ୍ରମ ଦ୍ଵାରା ଜନଜାତି ସମାଜର ଅଧିକାରର ସୁରକ୍ଷା ଦାବୀ ନେଇ ଆସନ୍ତା ଫେବୃଆରୀ ୨ତାରିଖ ଦିନ ୫୦ହଜାର ଜନଜାତିଙ୍କର ଏକ ବିଶାଳ ଜନଜାତି ଅଧିକାର ସମାବେଶ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମର ମିଡିଆ ସଂଯୋଜକ ଗୋଲଖ ଚନ୍ଦ୍ର ଦାସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ବନବାସୀ କଲ୍ୟାଣ ଆଶ୍ରମର ୬୧ବର୍ଷ ଏବଂ ପ୍ରତିଷ୍ଠାତା ପୂଜ୍ୟ ବନଯୋଗୀ ବାଳାସାହେବ ଦେଶପାଣ୍ଡେଙ୍କ ଜନ୍ମ ଶତବାର୍ଷିକ ଅବସରରେ ଆୟୋଜିତ ଏହି ଶୋଭାଯାତ୍ରା ଆସନ୍ତା ଫେବୃଆରୀ ୨ତାରିଖ ଦିନ ୧୧ଟା ସମୟରେ ସ୍ଵାଧୀନତା ସଂଗ୍ରାମୀ ଭବନଠାରୁ ଆରମ୍ଭ ହେବ । ଆଶ୍ରମ ଛକ,ମାଷ୍ଟର କ୍ୟାଣ୍ଟିନ ଦେଇ ଲୋୟର ପିଏମଜି ରେ ପହଞ୍ଚିବେ । ଏଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶକୁ ବିଶିଷ୍ଟ ଜନଜାତି ନେତା ତଥା ଜନଜାତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ସିଂ ଭୁରିଆ,ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ଉପାଧ୍ୟକ୍ଷ ଶ୍ରୀ କୃପା ପ୍ରସାଦ ସିଂହ,ସଂଗଠନ ରାଜ୍ୟ ସଭାପତି ଶ୍ରୀ ଲଛମନ ନାୟକ,ପୂଜ୍ୟ ସ୍ଵାମୀ ପ୍ରାଣରୁପାନନ୍ଦ ସରସ୍ଵତୀ ଉଦବୋଧନ ଦେବେ । ସଂଗଠନର କାର୍ଯ୍ୟକାରୀ ସଭାପତି ଶ୍ରୀ ଜଗଦୀଶ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମକୁ ସଂଯୋଜକ ପ୍ରକାଶ ବୋତାଲା ଓ ରାଜ୍ୟ ସଂପାଦକ ଡ.ଲକ୍ଷ୍ମୀକାନ୍ତ ଦାଶ ସଂଯୋଜନା କରିବେ । ଏହାପରେ ବନବାସୀ କଲ୍ୟାଣ ଶ୍ରମର ଅଖିଳ ଭାରତୀୟ ସଭାପତି ଶ୍ରୀ କୃପା ସିଂହଙ୍କ ନେତୃତ୍ଵରେ ଏକ ପାଞ୍ଚଜଣିଆ ପ୍ରାତିନିଧି ମଣ୍ଡଳ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟି ୭ଟି ମୌଳିକ ଅଧିକାରର ସୁରକ୍ଷା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିବେ । ଏକ ବିଶାଳ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଶ୍ରୀ ଲକ୍ଷ୍ମଣ ମହିପାଳଙ୍କ ଅଧ୍ୟକ୍ଷତାରେ ସ୍ଵାଗତ ସମିତି ଗଠନ କରାଯାଇଛି ।

Share in top social networks!