ସମାଜର ପରିବର୍ତ୍ତନ ପାଇଁ ଅନେକ ବିଭୁତି ରଥର ରାଜ୍ୟରେ ଆବଶ୍ୟକତା ରହିଛି

47571ନେହେରୁ ଯୁବ ପ୍ରତିଷ୍ଠାନ,ପିପୁଲ୍ସ ଫୋରମ,ହେଲପ ଫାଉଣ୍ଡେସନ,ଓଡିଶା ପ୍ରତିକାର ମହାସଂଘର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସମାଜସେବୀ,ସାମ୍ବାଦିକ,ଉଦଘୋଷକ,ମାନବବାଦୀ ସ୍ଵର୍ଗତଃ ବିଭୁତି ରଥଙ୍କ ଦଶାହ ଉପଲକ୍ଷେ ସ୍ମୃତିସଭା ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମିଶ୍ରଙ୍କର ସଂଯୋଜନାରେ ରୋଟେରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ପ୍ରାଣକୃଷ୍ଣ ଖଡିରତ୍ନ ପ୍ରଦୀପ ପ୍ରଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମାଜସେବୀ ପ୍ରଶାନ୍ତ ପାଇକରାୟ,କବି ପ୍ରବୀର ମହାନ୍ତି,ଅଧ୍ୟାପିକା ଡାକ୍ତର ନମିତା ପଟ୍ଟନାୟକ,କଥାବାର୍ତ୍ତାର ସମ୍ପାଦକ ସନ୍ତୋଷ ସାହୁ,ନିରଞ୍ଜନ ନାୟକ,ଦେବାଶିଷ ମିଶ୍ର,ମମତା ସାମନ୍ତରାୟ,ଯୁବନେତା ଚିନ୍ମୟ ଦାସ,ବିନୋଦ ପାଣି,ପିପୁଲ୍ସ ଫୋରମର ସଂପାଦକ ଗୋବିନ୍ଦ ପାଇକରାୟ ମଣିଷ ପଣିଆ ଉପରେ ଆଲୋକପାତ କରିଥିଲେ । କଣ୍ଠଶିଳ୍ପୀ ନାରାୟଣ ନାୟକ ଭଜନ ପରିବେଷଣ କରିଥିଲେ । ସ୍ମୃତି ରଞ୍ଜନ ଦାସ,ଅନିଲ କୁମାର ପୃଷ୍ଟି,ନିଷିତ ନନ୍ଦ,ଅଶୋକ ଦାସ,ବିଭୁତି ପାଣି,ସୁରେନ୍ଦ୍ର ସାହୁ,ଚିତ୍ତ ମହାପାତ୍ର,ସୁଶାନ୍ତ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!