ରାଜ୍ୟସରକାରଙ୍କ ଐତିହାସିକ ନିଷ୍ପତ୍ତି ; ୧୦୦ କୋଟି ଟଙ୍କାର ଲାଭାଂଶ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରେ ବଣ୍ଟାଯିବ

47653କେନ୍ଦୁପତ୍ର ତୋଳାଳିମାନଙ୍କ କଲ୍ୟାଣ ପାଇଁ ଆଜି ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ସନ୍ଧ୍ୟାରେ ସଚିବାଳୟ ଠାରେ ଅନୁଷ୍ଠିତ କେନ୍ଦୁପତ୍ର ଉପଦେଷ୍ଟା ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ବିକ୍ରିବାବଦ ଅର୍ଥରୁ ଗରିବ ତୋଳାଳି ମାନଙ୍କୁ ଲାଭାଂଶ ଦେବା ବିଷୟ ଘୋଷଣା କରିଥିଲେ । କେନ୍ଦୁପତ୍ର ବ୍ୟବସାୟରୁ ରାଜ୍ୟ ସରକାର ୪୨୦ କୋଟି ଟଙ୍କା ଆୟ କରୁଛନ୍ତି । କେନ୍ଦୁପତ୍ର ଉପରୁ Forest Development Tax ୧୬% ରୁ ୨% କୁ ହ୍ରାସ କରିବା ସହିତ ଅନ୍ୟାନ୍ୟ charges ମଧ୍ୟ ହ୍ରାସ କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ହୋସନା କରିଥିଲେ । ଏହା ଦ୍ଵାରା ଲବ୍ଧ ପ୍ରାୟ ୧୦୦କୋଟି ଟଙ୍କା ଲାଭାଂଶ କୁ ରାଜ୍ୟର ପ୍ରାୟ ୯ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା କେନ୍ଦୁପତ୍ର ତୋଳାଳି ମାନେ କେନ୍ଦୁପତ୍ର ବ୍ୟବସାୟ ର ଅଂଶୀଦାର ହୋଇପାରିବେ ଏବଂ ସେମାନଙ୍କ ସଶକ୍ତିକରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହି ବୈଠକରେ ମୁଖ୍ୟଶାସନ ଶ୍ରୀ ଯୁଗଳ କିଶୋର ମହାପାତ୍ର ,ଉନ୍ନୟନ କମିସନର ଜଙ୍ଗଲ ବିଭାଗର ପ୍ରମୁଖ ସଚିବ ,ଅର୍ଥବିଭାଗର ସଚିବ,ଉନ୍ନୟନ ପକ୍ଷରୁ ଯୋଗେନ୍ଦ୍ର ତ୍ରିପାଠୀ,ବିଜୟ ମହାନ୍ତି, ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!