ଆଦିବାସୀ ମେଳାରେ ଜନଜାତି ହାଟ

tn_26-1-2014=9ଆଜି ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୧୪ ର ମୁଖ୍ୟ ଆକର୍ଷଣ ଥିଲା ଜନଜାତି ହାଟ ପରିସର । ମେଳା ପରିସରରେ ଥିବା ମୁଖ୍ୟତଃ ଆଠଗୋଟି ବିଭାଗ ମଧ୍ୟରୁ ଜନଜାତି ହାଟ ଅନ୍ୟତମ । ଏହି ହାଟରେ ପ୍ରତ୍ୟେକ ଆଇ.ଟି.ଡି.ଏ ଓ ମାଇକ୍ରୋପ୍ରୋଜେକ୍ଟ ଅଞ୍ଚଳ ପାଇଁ ସ୍ଵତନ୍ତ୍ର ପିଣ୍ଡି ସବୁ ନିର୍ମାଣ କରାଯାଇଛି । ପ୍ରତ୍ୟେକ ପିଣ୍ଡିରେ ସମ୍ପୃକ୍ତ ଆଇ.ଟି.ଡି.ଏ ଅଞ୍ଚଳର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ବିକ୍ରି ବ୍ୟବସ୍ଥା କରାଯାଇଛି । ଆଦିବାସୀ ଅଞ୍ଚଳରେ ମିଳୁଥିବା ସାମଗ୍ରୀ ଅର୍ଗାନିକ୍ । ସେହି ଜିନିଷ ଗୁଡିକ ନିମନ୍ତେ ଦର୍ଶକମାନଙ୍କର ଆଗ୍ରହାବୃଦ୍ଧି ପାଇଛି । ହାଟ ପିଣ୍ଡୀଗୁଡିକ ପ୍ରଶସ୍ତ ଓ ମାନଲାଖି ହୋଇଛି । ଏହି ପ୍ରକାରେ ୩୨ଟି ପିଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କ ଦ୍ଵାରା ନିଜନିଜ ଅଞ୍ଚଳର ଉତ୍ପାଦିତ ଦ୍ରବ୍ୟ ପ ପ୍ରସ୍ତୁତ ସାମଗ୍ରୀ ବିକ୍ରୟ ହେଉଛି । ସନ୍ଧ୍ୟା ସମୟରେ ଆଦିବାସୀଙ୍କ ପାଇଁ ରୂପରସ ଓ ରଙ୍ଗ ବଦଳିଲା ପରି ଦିନ ୨ ଟାରୁ ମେଳା ପରିସରରେ ଭିଡ ଜମୁଛି । ଦର୍ଶକମାନେ ଆଦିବାସୀ ହାଟ,କଳା ଓ କଳା ବସ୍ତୁ ପ୍ରାଙ୍ଗଣ ତଥା ଅନ୍ୟାନ୍ୟ ଷ୍ଟଲଗୁଡିକରୁ ମନପସନ୍ଦ ଜିନିଷ କ୍ରୟ କରୁଛନ୍ତି । ଆଦିବାସୀ ଖାଦ୍ୟ ପ୍ରାଙ୍ଗଣରେ ମୁଢିମାଂସ ର ନିଆରା ସ୍ଵାଦ ଦର୍ଶକମାନେ ଅନୁଭବ କରୁଛନ୍ତି । ଖାଲି ସେତିକି ନୁହେଁ ପାରମ୍ପରିକ ନୃତ୍ୟ ସାଙ୍ଗକୁ ଆଧୁନିକ ନୃତ୍ୟ ଶୈଳୀର ସମାବେଶ ମେଳାର ସୌନ୍ଦର୍ଯ୍ୟ କୁ ବହୁଗୁଣିତ କରିଛି । ଆଦିବାସୀ ପଡିଆର ମୁକ୍ତ ରଙ୍ଗମଞ୍ଚ ରେ ଓଡିଶାର ଆଦିବାସୀମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଭିତରେ କ୍ଲାସିକାଲ ନୃତ୍ୟର ସଂଯୋଗ ଦର୍ଶକଙ୍କ ପ୍ରାଣକୁ ପୁଲକିତ କରୁଛି । ଆଜି ପ୍ରାୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ଆଇ.ଟି.ଡି.ଏ ବାରିପଦାର ବଡସାହି ବ୍ଲକର ବାଗୁଲି ଗ୍ରାମର ବାଥୁଡି ସମ୍ପ୍ରଦାୟ ଦ୍ଵାରା ଚାଙ୍ଗୁ ନୃତ୍ୟ ପରିବେଷଣ ହୋଇଥିଲା । ସୁନ୍ଦରଗଡର ଓରାଓଁ ନୃତ୍ୟ,ମୋହନା ହାଇସ୍କୁଲର ନୃତ୍ୟଦଳ ପ୍ରଭୁ ଶିବଶଙ୍କର କଥାକୁ ଓଡିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ପାରଳାଖେମୁଣ୍ଡି ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପିଲାମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ବେଶ୍ ମନଛୁଆଁ ହୋଇଥିଲା । ଜାନୁୟାରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା-୨୦୧୪ ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

Share in top social networks!