ୱେବସାଇଟ୍ ‘ହାଲୋ କର୍ପୋରେଟର’ କୃଷିମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ

47571ହାଲୋ କର୍ପୋରେଟର ସମ୍ପର୍କିତ ଏକ ୱେବସାଇଟ୍ ଆଜି ରାଜ୍ୟ କୃଷି,ମତ୍ସ୍ୟ,ପଶୁସମ୍ପଦ ବିକାଶ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଉଦଘାଟନ କରିଛନ୍ତି । ବିଏମସି ର ୱାର୍ଡ ନମ୍ବର ୬ ର ନବନିର୍ବାଚିତ କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ୱେବସାଇଟ୍ର ରେ ୱାର୍ଡର ସମସ୍ତ ତଥ୍ୟ ରହିଛି । ୬ ନମ୍ବର ୱାର୍ଡର ବାସିନ୍ଦାମାନେ ଏହି ୱେବସାଇଟ୍ ମାଧ୍ୟମ ରେ ୱାର୍ଡ ମଧ୍ୟରେ ଆବଶ୍ୟକ ତଥ୍ୟ ଯଥା –ଇଲେକ୍ ଟ୍ରିକ୍ ଅଫିସ ତଥା ଇଲେକ୍ଟ୍ରି ବିଲ୍ ଦେୟସ୍ଥାନ,ଡାକ୍ତରଖାନା,ହୋଟେଲ ,ମାର୍କେଟ,ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ସୂଚନା ପ୍ରଭୃତି ସମ୍ପର୍କରେ ସୂଚନା ପାଇପାରିବେ ଏବଂ ଟେଲିଫୋନ ମାଧ୍ୟମରେ ମଧ୍ୟ ସୂଚନା ପାଇପାରିବେ । ଏତଦବ୍ୟତୀତ ଭୁବନେଶ୍ଵର ମହାନଗର ଅନ୍ତର୍ଗତ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଏଥିରୁ ଉପଲବ୍ଧ ହୋଇପାରିବ । ଏଭଳି ଏକ ନୂତନ କାର୍ଯ୍ୟକ୍ରମ କରାଯାଇଥିବାରୁ କର୍ପୋରେଟର ଶ୍ରୀମତୀ ରାଉତରାଯଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଏହା ଦ୍ଵାରା ୱାର୍ଡର ବାସିନ୍ଦାମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।

Share in top social networks!