ରାଜଧାନୀରେ ମହିଳାଙ୍କ ସୁରକ୍ଷା ଲାଗିଲା ଆଇ-କ୍ଲିକ୍ ; ଅପରାଧ ପରେ ତତକ୍ଷଣାତ ପୋଲିସ ପାଖରେ ଖବର ପହଞ୍ଚାଇବ ଆଇ କ୍ଲିକ୍

47593ରାଜଧାନୀରେ ବଢୁଥିବା ମହିଳାଙ୍କ ଉପରେ ଅପରାଧକୁ ନଜରରେ ରଖି ଆରମ୍ଭ ହୋଇଛି ନୂତନ ଅନଲାଇନ୍ ଇନଷ୍ଟାଣ୍ଟ ଅଭିଯୋଗ ସେବା ଆଇକ୍ଲିକ୍ । ଏହି ଅଭିନବ ଉପାୟରେ ମହିଳାମାନେ ତତକ୍ଷଣାତ୍ ଅନଲାଇନ୍ ଅଭିଯୋଗ ଦାଖଲ କରି ତାହାର ରସିଦ୍ ମଧ୍ୟ ପାଇପାରିବେ । ଏଟିମ୍ ମେସିନ୍ ଭଳି କମ କରୁଥିବା ଏହି ମେସିନ୍ ଜରିଆରେ ମହିଳାଙ୍କ ଉପରେ ହେଉଥିବା ଅପରାଧରେ ରୋକ ଲଗାଯାଇପାରିବ ବୋଲି କମିସନରେଟ୍ ପୋଲିସ ଆଶା ରଖିଛି । ପୋଲିସ୍ କମିଶନର ଡା ଆର.ପି ଶର୍ମା ଏହି ୨୪ ଘଣ୍ଟିଆ ଅଭିନବ ବୈପ୍ଳବିକ ସେବାର ପଦକ୍ଷେପ ନେଇଛନ୍ତି । ସେହିପରି ଡ଼ିସିପି ନିତିନଜିତ୍ ସିଂ ମଧ୍ୟ ଅଭିଯୋଗ ପାଇଲା ପରେ କଣ୍ଟ୍ରୋଲରୁମ୍ ଓ ପିସିଆର୍ ସେବାର ତତକ୍ଷଣାତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସା ଓ ଅପରାଧ କୁ ରୋକିବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । ତେବେ ରାଜ୍ୟ ଆଟି ବିଭାଗ ଓ ଓକାକ୍ ର ପ୍ରୟାସ ସହ କାର୍ଯ୍ୟକାରୀ ସଚିବ ଏମ୍ ଏସ୍ ପାଢୀ ଓ ନୂତନ ଆଟି ସଚିବ ସଂଜୀବ ମିଶ୍ରଙ୍କ ଦିଗଦର୍ଶନ ରହିଛି । ତେବେ ଏହି ଆଇ-କ୍ଲିକ୍ କୁ ନିର୍ମାଣ କରିଛନ୍ତି ଡାଇଭରସିଫାଇଡ୍ ଏନର୍ଜି ଓ କଳିଗ୍ ସଲ୍ୟୁସନ୍ସ ନାମକ ଦୁଇଟି କମ୍ପାନୀ । ଏହି ଅବସରରେ ଡାଇଭରସିଫାଇଡ୍ ଏନର୍ଜିର ମୁଖ୍ୟ ଶ୍ରୀ ପାର୍ଥିବ ମେହେତା କୁହନ୍ତି ଏହି ମେସିନ୍ ଅତ୍ୟନ୍ତ ସହଜରେ ପରିଚାଳିତ ହୋଇପାରିବ । ଇଂରାଜୀ ହିନ୍ଦୀ ଓ ଓଡିଆ ଭାଷାରେ ଏହାକୁ ପରିଚାଳନା କରାଯାଇପାରିବ । ପ୍ରାରମ୍ଭିକ ଭାବେ ବ୍ୟାଙ୍କ ଅଫ୍ ବରୋଦା ଏହା ପାଇଁ ସହାୟତା ପ୍ରଦାନ କରିଥିବାବେଳେ ଆଞ୍ଚଳିକ ପ୍ରାବନ୍ଧିକ ଗୋଲକ ପଣ୍ଡାଙ୍କ ଅବଦାନ ଏହି ପ୍ରକଳ୍ପ ପାଇଁ ରହିଛି । ଏହି ମେସିନ୍ ର ପରିକାଳ୍ପନା କରିଛନ୍ତି ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀ ଜୟଦିପ୍ ନାୟକ ।

Share in top social networks!