ସେସାଷ୍ଟେରଲାଇଟ ତରଫରୁ କମ୍ପ୍ୟୁଟର କେନ୍ଦ୍ର ଉଦଘାଟିତ

IMG_8313 (Copy)
ପାରିପାର୍ଶ୍ଵିକ ଅଞ୍ଚଳରେ ଶିକ୍ଷାର ଉନ୍ନତି କରିବା ପାଇଁ ସେସାଷ୍ଟେରଲାଇଟର ପ୍ରୟାସ ଜାରି ରଖି ମୁନୀଗୁଡାସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ କମ୍ପାନୀ ତରଫରୁ କମ୍ପ୍ୟୁଟର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟ କ୍ରମରେ କମ୍ପାନୀର ମାନବସମ୍ବଳ ମୁଖ୍ୟ ଶ୍ରୀ କୌସ୍ତୁଭ ରତନ କୁଣ୍ଡୁ ଯୋଗଦାନ ଦେଇ ମୁଖ୍ୟାତିଥି ଭାବେ କମ୍ପ୍ୟୁଟର ଚଳାଇ ଉଦଘାଟନ କରିଥିଲେ । ସେକହିଲେ ଯେ ଆଧୁନିକ ଯୁଗ ସହ ତାଳମେଳାଇ ଚାଲିବା ପାଇଁ କମ୍ପ୍ୟୁଟର ଶିକ୍ଷା ନିହାତି ଆବଶ୍ୟକ । ସେବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀଦିନରେ ଉତ୍ତମ ନାଗରିକହେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ରାମଚନ୍ଦ୍ର ବେହେରା ସେସାଷ୍ଟେରଲାଇଟର ଏଭଳି ଜନହିତକର କାର୍ଯ୍ୟ କ୍ରମର ପ୍ରଶଂସା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବେଦାନ୍ତ ଫାଉଣ୍ଡେସନର ତାପସ ପଟ୍ଟନାୟକ ଓ କମ୍ପାନୀର ଜନସମ୍ପର୍କ ଅଧିକାରୀ ସିଦ୍ଧାର୍ଥ ବେହେରା ପରିଚାଳନା କରିଥିଲେ । ଅନୟମାନଙ୍କ ମଧ୍ୟରେ ଗୌରାଙ୍ଗ ରାଉତ,ପ୍ରମୋଦ ସାହୁକାର,ପୂର୍ବତନ ସଭାପତି ଶ୍ରୀ ମିଶ୍ର,ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଗଣ ଉପସ୍ଥିତ ଥିଲେ । ମିଷ୍ଟାନ୍ନ ବଣ୍ଟନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ ଦିଆଯାଇଥିଲା ।

Share in top social networks!