ମୁଖ୍ୟମନ୍ତ୍ରୀଙ୍କ ସହିତ ବ୍ରିଟିଶ ହାଇକମିଶନରଙ୍କ ଆଲୋଚନା

47596
ବେଭାନ (sir james bevan)ଏବଂ ଡେପୁଟି କମିଶନର ମିଷ୍ଟର ସ୍କଟ ପରସଡନ ଉଡ (mr scott purssedonn wood )ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡିଶାରେ ଶିଳ୍ପ,ବାଣିଜ୍ୟ,ବିକାଶ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଛନ୍ତି । ଓଡିଶାରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିର ପ୍ରଶଂସା କରି ହାଇକମିଶନର ସାର ବେଭାନ ଅନ୍ୟ ସମ୍ଭାବ୍ୟ ଶିଳ୍ପ କ୍ଷେତ୍ରରେ ବ୍ରିଟିଶ ଶିଳ୍ପପତି ମାନେ ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ । ଇସ୍ପାତ ଓ ଆଲୁମିନିୟମ ପରି ଭାରି ଶିଳ୍ପ କ୍ଷେତ୍ରରେ ଓଡିଶାର ଅଗ୍ରଗତି ଜାରୀ ରହିଛି । ତେଣୁ ଇସ୍ପାତ ଓ ଆଲୁମିନିୟମରେ ଅନ୍ୟ ଆନୁଷଙ୍ଗିକ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଆରୋପ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହାସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବିକାଶ ପାଇଁ ରାଜ୍ୟ ସରକାର ଆଗ୍ରହୀ ବୋଲି ଆଲୋଚନାରୁ ଜଣାପଡିଛି ।ଫାଇଲିନ ପରିଚାଳନାରେ ଓଡିଶା ସରକାରଙ୍କ ସଫଳତା ପାଇଁ ମିଷ୍ଟର ବେଭାନ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଏହା ସହିତ ଓଡିଶାର ବିକାଶ ଓ ଦାରିଦ୍ର୍ୟ ଦୁରୀକରଣ କାର୍ଯ୍ୟ କ୍ରମର ମଧ୍ୟ ପ୍ରଶଂସା କରିଥିଲେ । ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧିର ସମ୍ଭାବନା ରହିଛି ବୋଲି ବେଭାନ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ବ୍ରିଟିଶ କମିଶନର ଏକ ବାଣିଜ୍ୟ ପ୍ରତିନିଧି ଦଳ ସହିତ ଓଡିଶା ଗସ୍ତରେ ଆସିଛନ୍ତି ।

Share in top social networks!