“ ବେପାର ଫାଉଣ୍ଡେସନ ଟ୍ରଷ୍ଟ” ଓ “ ବି.ଏସ୍.ଏ –ହର୍କୁଲେସ୍ ସାଇକେଲ୍” ର ମିଳିତ ଆନୁକୁଲ୍ୟରେ ସାଇକେଲ୍ ଶୋଭାଯାତ୍ରା

47578“ ବେପାର ଫାଉଣ୍ଡେସନ ଟ୍ରଷ୍ଟ” ଓ “ ବି.ଏସ୍.ଏ –ହର୍କୁଲେସ୍ ସାଇକେଲ୍” ର ମିଳିତ ଆନୁକୁଲ୍ୟରେ ଗତକାଲି “ବ୍ୟାକ୍ ଅନ୍ ପେଡାଲ୍” ନାମକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଚାଳକ ଯୋଗଦାନ କରି ଭୁବନେଶ୍ଵର ସହରର ସାଇକେଲ୍ ଟ୍ରାକ୍ ସମ୍ବନ୍ଧରେ ସଚେତନତା ବୃଦ୍ଧି କରାଇବାରେ ସାହାଯ୍ୟ କରିଥିଲେ । ଏହି ସଚେତନତା ଶୋଭାଯାତ୍ରା ,ଜୟଦେବ ବିହାର ଠାରୁ ଆରମ୍ଭ ହୋଇ ନନ୍ଦନକାନନ ରେ ଉଦଯାପିତ ହୋଇଥିଲା ।ସାଇକେଲ୍ ଟ୍ରାକ୍ ସମ୍ବନ୍ଧରେ ସଚେତନତା,ଏହାର ମରାମତି ତଥା ଏହାକୁ ଅନଧିକାର ବ୍ୟବହାର ମୁକ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ,ସମାଜସେବୀ,ବିଭିନ୍ନ ସାଇକେଲ୍ କ୍ଲବ ର ସଦସ୍ୟଗଣ,ଆର୍ଥିକ ପରାମର୍ଶଦାତା ତଥା ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରି ସାଇକେଲ୍ ଚାଳନା ସମ୍ବନ୍ଧୀୟ ମତ ପ୍ରକାଶ କରିଥିଲେ । ସର୍ବଭାରତୀୟ ମହିଳା ଫୁଟବଲ୍ ଟିମ୍ ର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ଏହି ଶୋଭାଯାତ୍ରାକୁ ଆରମ୍ଭ କରାଇଥିଲେ । ନିଜର ବକ୍ତବ୍ୟରେ ସେ ସମସ୍ତ ସରକାରୀ ତଥା ବେସରକାରୀ କ୍ଷେତ୍ରର କର୍ମଚାରୀ ମାନଙ୍କୁ ଅତିକମ୍ ରେ ସପ୍ତାହରେ ଠାରେ ସାଇକେଲ ଯୋଗେ ଅଫିସ୍ ଆସିବାକୁ ଅନୁରୋଧ କରିଥିଲେ । ସାଇକେଲ୍ ଚାଳନା,ନିଜ ସହରକୁ ପରିଷ୍କାର ତଥା ପରିଷ୍କାର ତଥା ସବୁଜ ରଖିବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି ଶୋଭାଯାତ୍ରରେ ଅଂଶଗ୍ରହଣ କରିଥିବା ସମସ୍ତ ସାଇକେଲ୍ ଚାଳକ ମାନଙ୍କୁ ବିଏସଏ ହର୍କୁଲେସ ସାଇକେଲ୍ ତରଫରୁ ଟିସାର୍ଟ ତଥା ଭାରତ ପର୍ଯ୍ୟଟନ ବିଭାଗ ତରଫରୁ ଟୋପି ପ୍ରଦାନ କରାଯାଇଥିଲା । ବିଶ୍ଵବ୍ୟାଙ୍କର ସ୍ଥାନୀୟ କର୍ମକର୍ତ୍ତା ଶ୍ରୀ ପ୍ରକାଶ ପଟ୍ଟନାୟକ ତଥା ଓଡିଶା ପରିବେଶ ସଂଘର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଭାକର ରାଉତ ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗଦେଇ ଆରୋହି ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିସହିତ ବହୁ ସଂଖ୍ୟକ ଗୃହିଣୀ,ଛାତ୍ରଛାତ୍ରୀ,କଳାକାର,ସମାଜସେବୀ ଏବଂ ଉଦ୍ୟୋଗୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଜଣେ ମହିଳା ଉଦ୍ୟୋଗୀ ତଥା ସମାଜସେବୀ ଶ୍ରୀମତୀ ରୋମା ଦାସ୍ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ ସାଇକେଲ୍ ଚାଳନା,ଆଧୁନିକ ସୌଖିନ୍ ର ବିଷୟ ହେବା ସହ ସୁସ୍ଥ ରହିବା ଲାଗି ସ୍ୱଳ୍ପ ରହିବାଲାଗି ସ୍ୱଳ୍ପ ଖର୍ଚ୍ଚସାପେକ୍ଷ ଉପାୟ । ଏହି ଅବସରରେ ଏକ୍ସ.ଆଇ.ଏମ୍.ବି ର ଛାତ୍ରଛାତ୍ରୀମାନେ ଯୋଗଦାନକରି “ସାଇକେଲ୍ ଷ୍ଟେସନ” ଗଠନ କରିବାର ପ୍ରସ୍ତାବଦେଇଥିଲେ । ସେମାନେ ନିଜ ଅନୁଷ୍ଠାନ ପରିସର ମଧ୍ୟରେ ସାଇକେଲ୍ ଭଡା ଦିଆଯିବାର ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି । ଏହି ଅବସରରେ ଆପୋଲୋ ହସ୍ପିଟାଲ ତରଫରୁ ନିଶୁଳ୍କ ଆମ୍ବୁଲାନ୍ସ ସେବାପ୍ରଦାନ କରାଯାଇଥିଲା । ପ୍ରଖ୍ୟାତ ସମାଜସେବୀ ଶ୍ରୀ ବିପିନ୍ ମହାନ୍ତି ମ୍ୟାଗ୍ନେଟ୍ ଛକ ନିକଟରେ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ । ଏହିଠାରେ ସ୍ଥାନୀୟ “ ଜୁସ ଲାଉଞ୍ଜ” ତରଫରୁ ପାନୀୟଜଳ ତଥା ଫଳ ପ୍ରଦାନ କରାଯାଉଥିଲା । ଉକ୍ତ ଶୋଭାଯାତ୍ରାଟି ଶେଷରେ ନନ୍ଦନକାନନ ଠାରେ ଉଦଯାପିତ ହୋଇଥିଲା । ନନ୍ଦନକାନନର ପ୍ରମୁଖ କର୍ମକର୍ତ୍ତା ଶ୍ରୀ କମଳ ଲୋଚନ ପୁରୋହିତ,ସମସ୍ତଙ୍କୁ ପାନୀୟ ଜଳ ସହିତ ସ୍ଵାଗତ ଜଣାଇଥିଲେ ।

Share in top social networks!