ସଂସ୍କୃତି ବିଭାଗ ଶାସନ ସଚିବ ଡଃ ଅରବିନ୍ଦ ପାଢିଙ୍କ କାର୍ଯ୍ୟଭାର ଗ୍ରହଣ

imagesଡଃ ଅରବିନ୍ଦ ପାଢି,ଆଇ.ଏ.ଏସ୍ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବରେ କାର୍ଯ୍ୟ ଭାର ରହଣ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ପରେ ଡଃ ପାଢି ବିଭାଗର ଶୃଙ୍ଖଳା,ସ୍ଵଚ୍ଛତା ଓ ଶୋଭାନୀୟତା ଉପରେ ଉରୁତ୍ଵ ଆରୋପ କରିଥିଲେ । ପାନ ଓ ଧୂମପାନ ଆଦି ନିଶା ସେବନ କେବଳ ସ୍ଵାସ୍ଥ୍ୟପ୍ରତି କ୍ଷତିକାରକ ନୁହେଁ,ଏହାଏକ ଅସୁସ୍ଥ ବାତାବରଣ ସୃଷ୍ଟିକରିଥାଏ,ତାହା କାର୍ଯ୍ୟ କରିବାର ବାତାବରଣ କୁ ଅସୁସ୍ଥ କରିଥାଏ । ତେଣୁ ଡକ୍ଟର ପାଢି ସଂସ୍କୃତି ବିଭାଗର ଏବଂ ସଂସ୍କୃତି ବିଭାଗ ଅଧିନସ୍ଥ ଦପ୍ତରମାନଙ୍କ ରେ ପାନ ଓ ଧୂମପାନ ସେବନକୁ ବାରଣ କରିଛନ୍ତି । ଏହାର ଉଲ୍ଲଂଘନ ହେଲେ ଓଡିଶା ସରକାରୀ କର୍ମଚାରୀ ନିୟମାବଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଦେଶ ଦେଇଛନ୍ତି । ହସ୍ତତନ୍ତ ଆମ ସାଂସ୍କୃତିକ ବିପୁଳତାର ଏକ ପ୍ରମୁଖ ଅଙ୍ଗ । ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଅର୍ଥାତ ଶୁକ୍ରବାରଦିନ ହସ୍ତତନ୍ତ ନିର୍ମିତ ପୋଷାକ ପିନ୍ଧିବା ପାଇଁ ବିଭାଗର କର୍ମଚାରୀମାନଙ୍କୁ ସେ ନିବେଦନ କରିଛନ୍ତି । ସର୍ବୋପରି ଯଥାସମ୍ଭବ ଓଡିଆ ଭାଷାରେ ପତ୍ରାଳାପ କରିବା ପାଇଁ ସେ ତାଙ୍କର ସହକର୍ମୀମାନଙ୍କୁ ନିବେଦନ କରିଛନ୍ତି ।

Share in top social networks!