କଳ୍ପତରୁ,ସରୋଜିନୀ ଓ ଅନଙ୍ଗ ରାଜ୍ୟସଭା ପାଇଁ ବିଜେଡ଼ି ପ୍ରାର୍ଥୀ,ରଞ୍ଜିବ ବିଶ୍ଵାଳ କଂଗ୍ରେସରୁ ପ୍ରାର୍ଥୀ

47549ଆସନ୍ତା ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡ଼ି ର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦକୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମନ୍ତ୍ରୀ ଓ ଜଣେ ବିଧାୟକ ଅନ୍ତର୍ଭୁକ୍ତ । ଏହି ୨ ଜଣ ମନ୍ତ୍ରୀ ହେଲେ –ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ସରୋଜିନୀ ହେମ୍ବ୍ରମ ଓ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂହଦେଓ । ବିଜେଡ଼ି ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ ଗତକାଲି ଘୋଷିତ ହୋଇଥିବା କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପୂର୍ବତନ ସାଂସଦ ତଥା ଆଇପିଏଲ ଚେୟାରମ୍ୟାନ ରଞ୍ଜିବ ବିଶ୍ଵାଳ । ଅପରପକ୍ଷରେ ଭାସ୍କର୍ଯ୍ୟ ଶିଳ୍ପୀ ରାଘୁନାଥ ମାହାପାତ୍ରଙ୍କୁ ବିଜେଡ଼ି ସମର୍ଥନ କରିବାପରେ ଚତୁର୍ଥ ଆସନ ପାଇଁ ଅଙ୍କକଷା ଆରମ୍ଭ ହୋଇଛି । ଭାସ୍କର୍ଯ୍ୟ ଶିଳ୍ପୀ ରାଘୁନାଥ ମାହାପାତ୍ରଙ୍କୁ ସମର୍ଥନ ପ୍ରଦାନ ନେଇ ବିଜେପି ସଙ୍କେତ ପ୍ରଦାନ କରିଛି । ପ୍ରାର୍ଥୀ ଘୋଷଣା ପରେ ପଞ୍ଚାୟତିରାଜମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କୃତ୍ୟଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ,ରାଜ୍ୟସଭା ପ୍ରାର୍ଥୀ ଭାବେ ତାଙ୍କୁ ଯୋଗ୍ୟ ବିବେଚିତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ । ଶ୍ରୀ ଦାସ କହିଛନ୍ତି ଯେ ଓଡିଶା ପ୍ରତି କେନ୍ଦ୍ର ପକ୍ଷରୁ ଯେଉଁ ଅବହେଳା କରାଯାଉଛି ,ତାହା ବିରୁଦ୍ଧରେ ସେ ଲଢେଇ କରିବେ । ଓଡିଶାର ସ୍ଵାର୍ଥ ରକ୍ଷା ପାଇଁ ସେ କାର୍ଯ୍ୟ କରିବେ । କେନ୍ଦ୍ରୀୟ ଯୋଜନାରେ ରାଜ୍ୟଗୁଡିକ ଉପରେ ଯେଉଁ ଅଙ୍କୁଶ ଲଗାଯାଉଛି ,ସେ ଦିଗରେ ମଧ୍ୟ ସେ କାର୍ଯ୍ୟ କରିବେ । ଅନଙ୍ଗଉଦୟ ସିଂହ ଦେଓ କହିଛନ୍ତି ଯେ, ଦଳର ମୁଖ୍ୟ ତାଙ୍କୁ ଯେଉଁ ଦାୟିତ୍ଵ ପ୍ରଦାନ କରିବେ ସେ ତାକୁ ସୁଚାର ରୂପେ ନିର୍ବାହ କରିବେ । ସେହିପରି ବୟାନ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ କହିଛନ୍ତି ଯେ ,ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ଵ ଦେଇଛନ୍ତି ସେ ତାକୁ ସୁଚାରରୂପେ ତୁଲାଇବେ ।

Share in top social networks!